Videos
|
Odisha

ହସ୍ପିଟାଲ ଲୋକାର୍ପିତ ହେଲା, କିନ୍ତୁ ରୋଗୀଙ୍କୁ ମିଳୁନି ସେବା 

Manini Pattanayak
Browse all articles by Manini Pattanayak
·2 years ago·2 min read
ହସ୍ପିଟାଲ ଲୋକାର୍ପିତ ହେଲା, କିନ୍ତୁ ରୋଗୀଙ୍କୁ ମିଳୁନି ସେବା 

ଯାଜପୁର: ହସ୍ପିଟାଲ ଲୋକାର୍ପିତ ହେଲା, କିନ୍ତୁ ରୋଗୀଙ୍କୁ ମିଳୁନି ସେବା । ନା ସରୁଛି ହସପିଟାଲ ଗୃହ ନିର୍ମାଣ କାର୍ଯ୍ୟ, ନା ଅଛନ୍ତି ଡାକ୍ତର । ଧାର୍ଯ୍ୟ ଅବଧି ଶେଷ ପରେ ବି ସରୁନି ଯାଜପୁର ମେଡିକାଲ କଲେଜର ନିର୍ମାଣ କାମ । ନିର୍ମାଣ କାର୍ଯ୍ୟ ସରିବା ପୂର୍ବରୁ କାହା ସ୍ବାର୍ଥରେ ହପିଟାଲ ଲୋକାର୍ପଣ କରାଯାଇଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । 
 ଯାଜପୁର ସମେତ ରାଜ୍ୟର 5 ଜିଲ୍ଲାରେ ଫେବ୍ରୁଆରୀ 17 ତାରିଖରେ ଭର୍ଚୁଆଲରେ ଆମ ହସ୍ପିଟାଲ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ । ଧାର୍ଯ୍ୟ ଅବଧି ପୁରିବାର 3 ମାସ ପରେ ବି  5 ଶହ 26 କୋଟି 21 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଯାଜପୁର ମେଡିକାଲ କଲେଜର ନିର୍ମାଣ ଜାରି ରହିଛି । 2021 ମସିହାରୁ ହସପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 2023 ଡିସେମ୍ବର 31 ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି ତାହା ସଫଳ ହୋଇପାରିନାହି । ଯାଜପୁର ମେଡିକାଲ କଲେଜ ନିର୍ମାଣ ପାଇଁ କେନ୍ଦ୍ର ସରକାର 60 ଭାଗ ଓ ରାଜ୍ୟ ସରକାର ୪୦ ଭାଗ ଅର୍ଥ ଯୋଗାଇଦେଇଛନ୍ତି । ଏପଟେ ବିଭାଗ ସୂଚନା ଅନୁସାରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପାଇଁ ଆଉ 3 ମାସ ସମୟ ଲାଗିବ । ନିକଟରେ ମେଡିକାଲ କଲେଜର ନାମକାରଣ ମଧ୍ୟ ହୋଇସାରିଛି । ମନ୍ଥର ନିର୍ମାଣ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଅଞ୍ଚଳବାସୀ ।  ନିର୍ମାଣ କାର୍ଯ୍ୟ ସରିବା ପୂର୍ବରୁ କାହା ସ୍ବାର୍ଥରେ ହପିଟାଲ ଲୋକାର୍ପଣ କରାଯାଇଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି । 

ରୂପାନ୍ତକରଣ ନାଁରେ ଚାଲିଛି ପ୍ରଚାର, ହେଲେ ହସପିଟାଲରେ ନାହାନ୍ତି ଡାକ୍ତର । ନାହିଁନାହିଁର ଚାଲିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ପାଖାପାଖି 6 ରୁ7ଟି ପଞ୍ଚାୟତବାସୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲେ ବି ଏଠାରେ ଡାକ୍ତର ପଦବୀ ଖାଲି ପଡ଼ିଛି। କୌଣସି ବିଭାଗରେ ବିଶେଷଜ୍ଞ ଡାକ୍ତର ବି ନାହାନ୍ତି। ପ୍ରତିବାଦ କରିବା ସହ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ଗ୍ରାମବାସୀ। ମେଡିକାଲ ପାଇଁ ରାଜ୍ୟ ସରକାର ବାରଖମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ୍ସରେ ମେସିନ ଯୋଗାଇଦେଇଥିଲେ ବି ଭିତ୍ତିଭୂମି ଅଭାବ ଯୋଗୁ ମେସିନ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡ଼ି ରହିଛି। 

 ବିନା ଡାକ୍ତର ଓ ନର୍ସ ନିଯୁକ୍ତିରେ କେବଳ ହସପିଟାଲ ବିଲ୍ଡିଂ ନିର୍ମାଣ କରି ଜନକଲ୍ୟାଣର ନାରା ଦେଇ ପ୍ରଚାରରେ ମାତିଛନ୍ତି ରାଜ୍ୟ ସରକାର । ଉପକୂଳଠୁ ଉପାନ୍ତ ଯାଏ ସବୁଠି ସ୍ବାସ୍ଥ୍ୟସେବା ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କେଉଁଠି ବିନା ଡାକ୍ତର ନିଯୁକ୍ତିରେ କେବଳ ଚକାଚକ ବିଲ୍ଡି ନିର୍ମାଣ ହୋଇଛି କେଉଁଠି ବର୍ଷବର୍ଷ ଧରି ନିର୍ମାଣ କାର୍ଯ୍ୟ ଶେଷ ହେଉନି । 24 ବର୍ଷ ସ୍ଥିର ସରକାରରେ ବିକାଶର ଦୁର୍ଭାଗ୍ୟଜନକ ଚିତ୍ର, ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତି ଓ ପ୍ରଚାରର ପୋଲ୍ ଖୋଲିଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: