ଆହୁରି ୪ ଦିନ ଜାଳିବ ତାତି...
·2 years ago·1 min read

ଅର୍ଗସ ବ୍ୟୁରୋ: ଆଗାମୀ 4 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡିଶାରେ ୪୫ କିମ୍ବା ତାଠୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଦିନ ୧୧ ରୁ ୩ ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଚି ପାଣିପାଗ ବିଭାଗ। ସେହିପରି ଆଗାମୀ ୨ ଦିନ ପାଇଁ ଦକ୍ଷିଣ ଓଡ଼ିଶା ସମେତ ଆଖପାଖ ଅଞ୍ଚଳରେ ବର୍ଷା ର ସମ୍ଭାବନା ରହିଛି। କୋରାପୁଟ , ମାଲକାନଗିରି, ଗଞ୍ଜାମ , ଗଜପତି, ଖୋର୍ଦ୍ଧା ର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହିତ ହେଉଛି ଯାହା ଫଳରେ ଗରମ ବଢୁଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: