ଧନୀଙ୍କ ପାଇଁ ଅଛି ହେଲେ ଗରିବକୁ ନାହିଁ

ଅର୍ଗସ ବ୍ୟୁରୋ: ଗରିବଙ୍କ ପାଇଁ ଆବାସ ଯୋଜନା ପାଲଟିଛି ପ୍ରହସନ । ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଜଣାଇବା ପରେ ବି ନିରାଶ ହୋଇ ରହିଛନ୍ତି ପରିବାର । ଖାଲି ସେତିକି ନୁହେଁ ଗାଁର ପ୍ରକୃତ ହିତାଧିକାରୀ ମାନଙ୍କୁ ଯୋଜନାରୁ ବଂଚିତ କରାଯାଇଥିବା ବେଳେ ଅଯୋଗ୍ୟ ମାନଙ୍କୁ ଯୋଗ୍ୟ କରାଯାଇ ମିଳୁଛି ସହଯୋଗ । ମୟୂରଭଞ୍ଜ ବଡ଼ସାହି ବ୍ଲକ୍ ଅଧିନରେ ଥିବା ଖାନୁଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଚିତ୍ର।
ଏହେଉଛି କୁନି ସିଂ । ଝାଟିମାଟିର କୁଡ଼ିଆରେ କଟୁଛି କୁନିଙ୍କ ଜିବନ । ସରକାରୀ ସୁବିଧା କହିଲେ ମିଳୁଥିଲା କେବଳ ବିଧବା ଭତ୍ତା ଓ ୫ କିଲୋ ଚାଉଳ । ତାକୁ ବି ଆଧାର ଲିଙ୍କ୍ ନାହିଁ କହି କାଟି ଦେଇଛନ୍ତି ସ୍ଥାନୀୟ ପ୍ରଶାସନ। ଯୋଉଥି ପାଇଁ କୁନିର ନାଁ ରହିବା ପାଇଁ ଅଛି ଘର, ନାଁ ଖାଇବାକୁ ଅଛି ଆହାର।ରଶ୍ମିତା ସିଂ ଙ୍କର ମଧ୍ୟ ସମାନ ପରିସ୍ଥିତି ଆଜିକୁ ୭ ବର୍ଷ ହେବ ଏ ଭଙ୍ଗା ଝାଟିମାଟି କୁଡ଼ିଆରେ ରହିଆସୁଛନ୍ତି ରଶ୍ମିତା। ହିତାଧିକାରୀ ଲିଷ୍ଟରେ ପଞ୍ଚାୟତରେ ନା ଅଛି ହେଲେ ଘର ମିଳୁନି। ଘର ଖଣ୍ଡେ ପାଇଁ ପ୍ରଶ୍ସାନ ପାଖକୁ ଦୌଡିଦୌଡି ନୟାନ୍ତ ହେଲେଣି ହେଲେ କେହି ଦୁଃଖ ସୁଣୁ ନଥିବା ଅଭିଯୋଗ ହୋଇଛି।
ଏ ହେଉଛି ସମବାରି ସିଂ। ଆଜିକୁ ୭ ବର୍ଷ ହେବ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହେଲାଣି। ଆଉ ସେହିଦିନଠାରୁ ସୋମବାରି ତାଙ୍କ ବୃଦ୍ଧ ଶଶୁର ଏବଂ ତିନି ନାବାଳିକା ଝିଅଙ୍କୁ ନେଇ ଏହି କମଳା ଗଛମୂଳରେ ଛିଣ୍ଡା ଜରିପାଲ ତଳେ ରହିଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ବୃଦ୍ଧ ଅନ୍ଧ ଶଶୁର ଙ୍କୁ ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା ନା ବିଧବା ସମବାରି ସିଂ ଙ୍କୁ ମିଳୁଛି ବିଧବା ଭତ୍ତା। ଏମିତି କି ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳି ନାହିଁ। ସେହିପରି ସଂଜୟ ପାତ୍ର ମଧ୍ୟ ଝାଟିମାଟିର ବଖରାଏ ଘରେ ତିନୋଟି ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି।
📱 Get Argus News App
✨ଦିର୍ଘ ୨୪ ବର୍ଷର ବିଜେଡି ସରକାର ସମୟରେ ମିଳିଛି କେବଳ ଆବାସ ଧୋକା । ପ୍ରାଶାସନ ଅଧିକାରୀ ଙ୍କ ବୈମାତୃକ ମନୋଭାବ ଏବଂ ଦଳୀୟ ଦବଙ୍ଗଗିରି ପାଇଁ ଆଜି ଏହି ନିରୀହ ଗରିବ ଖଟିଖିଆ ଲୋକେ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇ ଖରା,ବର୍ଷାରେ ଝାଟିମାଟି କୁଡ଼ିଆରେ ରହୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: