Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ତୃତୀୟ ଦିନ ପାଇଁ ବି ହଙ୍ଗାମା ଜୋରଦାର

Odisha

ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ତୃତୀୟ ଦିନ ପାଇଁ ବି ହଙ୍ଗାମା ଜୋରଦାର

Rashmita Mishra
Browse all articles by Rashmita Mishra
·1 year ago·2 min read
ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ତୃତୀୟ ଦିନ ପାଇଁ ବି ହଙ୍ଗାମା ଜୋରଦାର

Key Points

  • ଧାରା ୩୭୦ ସାଜିଲା କଂଗ୍ରେସ ଗଳାରେ କଣ୍ଟା
  • ମହାରାଷ୍ଟ୍ର ନିର୍ବାଚନରେ ବିଜେପି ବନାଇଲା ମୁଖ୍ୟ ଏଜେଣ୍ଡା
  • ବିରୋଧୀଙ୍କୁ ମୋଦିଙ୍କ ଚେତାବନୀ, ପାକିସ୍ତାନର ଏଜେଣ୍ଡା ଲାଗୁ ହେବାକୁ ଦିଆଯିବନି
  • ଶାହାଙ୍କ ହୁଙ୍କାର, ବିରୋଧୀଙ୍କ ୪ ପୀଢି ଆସିଲେ ବି ଆଉ ଧାରା ୩୭୦ ଫେରିବନି
  • ଧାରା ୩୭୦ ପ୍ରସଙ୍ଗରେ କଂଗ୍ରେସର ନୀରବାତା ନେଇ ବିଜେପିର ଲାଗାତାର ପ୍ରହାର
  • ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ତୃତୀୟ ଦିନ ପାଇଁ ବି ହଙ୍ଗାମା ଜୋରଦାର

ଅର୍ଗସ ବ୍ୟୁରୋ: ତୃତୀୟ ଦିନ ପାଇଁ ଜାମ୍ମୁ କାଶ୍ମୀର ବିଧାନସଭାରେ ଜାରି ରହିଛି ତୁମୁଳ କାଣ୍ଡ। ଧାରା ୩୭୦କୁ ଫେରାଇବା ନେଇ ବିଧାନସଭାରେ ଶାସକ ମେଣ୍ଟର ପ୍ରସ୍ତାବ ପରଠୁ ଉଠୁଛି ପଡୁଛି ଜାମ୍ମୁ କାଶ୍ମୀର ବିଧାନସଭା। ବିଜେପି ସଦସ୍ୟ ଏଭଳି ପ୍ରସ୍ତାବକୁ କରୁଛନ୍ତି ଜୋରଦାର ବିରୋଧ। ଶୁକ୍ରବାର ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ସଦସ୍ୟ ମାନେ ପ୍ରଥମେ ବ୍ୟାନର ଦେଖାଇ ନାରାବାଜି ସହ ଶାସକ ଦଳର ପ୍ରସ୍ତାବର କରିଥିଲେ ବିରୋଧ। ନ୍ୟାସନାଲ କଂଗ୍ରେସ ଓ ପିଡିପି ସଦସ୍ୟ ବି ଦେଇଥିଲେ କାଉଣ୍ଟର ସ୍ଲୋଗାନ୍। ଧୀରେ ଧୀରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା । କଥା ହାତାହାତି ଯାଏ ଯାଇଥିଲା। ବାଚସ୍ପତିଙ୍କ ନିର୍ଦ୍ଦେଶରେ ୧୨ ବିଜେପି ସଦସ୍ୟଙ୍କୁ ଜବରଦସ୍ତି ମାର୍ଶାଲମାନେ ଗୃହରୁ ବାହରକୁ ନେଇଯାଇଥିଲେ। ଏହାପରେ ବିଜେପି ସଦସ୍ୟମାନେ ବିଧାନସଭା ବାହାରେ ଧାରଣାରେ ବସି ବାଚସ୍ପତିଙ୍କ ନିଷ୍ପତ୍ତିର ବିରୋଧ କରିଥିଲେ। 

ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଫେରାଇବାକୁ ଏନସି କଂଗ୍ରେସ ମେଣ୍ଟର ଉଦ୍ୟମ ମହାରାଷ୍ଟ୍ର ନିର୍ବାଚନକୁ କରିିଛି ସରଗରମ। ବିରୋଧୀଙ୍କୁ ଘେରିବାକୁ ବିଜେପିକୁ ମିଳିଯାଇଛି ବଡ଼ ପ୍ରସଙ୍ଗ। ବ୍ୟାକଫୁଟରେ କଂଗ୍ରେସ ସମେତ ପୂରା ମହାଅଘାଡ଼ି। ମହାରାଷ୍ଟ୍ରରେ ନିଜର ପ୍ରଥମ ନିର୍ବାଚନ ପ୍ରଚାରରେ  ଭାଗନେଇ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ କରିଛନ୍ତି ଜୋରଦାର ପ୍ରହାର। ମୋଦି କହିଛନ୍ତି ଭାରତରେ ପାକିସ୍ତାନର ଏଜେଣ୍ଡା ଲାଗୁହେବାକୁ ଦିଆଯିବନି। ତ ଶରଦ ପାୱାରଙ୍କ ଉଦ୍ଦେଶ୍ୟରେ ଶାହାଙ୍କ ହୁଙ୍କାର ଆପଣଙ୍କ ୪ ପୀଢ଼ି ଆସିଲେବି ଆଉ ଜାମ୍ମୁ କାଶ୍ମୀରରେ ଫେରାଇପାରିବେନି ଧାରା ୩୭୦। 

ଠିକ୍ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ଜାମ୍ମୁ କାଶ୍ମୀର ବିଧାନସଭାରେ ଧାରା ୩୭୦ ଫେରାଇବାକୁ ଶାସକ ଦଳର ପ୍ରସ୍ତାବ କଂଗ୍ରେସ ଗଳାରେ ସାଜିଛି କଣ୍ଟା। ସେଠାରେ ଏହି ପ୍ରସ୍ତାବକୁ ଯଦିଏ କଂଗ୍ରେସ ଚୁପଚାପ ସମର୍ଥନ କରୁଛି। କିନ୍ତୁ ଜାମ୍ମୁ କାଶ୍ମୀର ବାହାରେ ଧାରା ୩୭୦ ଫେରାଇଆଣିବା କଥା କହିବାକୁ କଂଗ୍ରେସର ନାହିଁ ଦମ୍। କଂଗ୍ରେସର ଏହି ଦୋହରା ଚରିତ୍ର ଏବେ ବିଜେପିକୁ ଧରାଇଦେଇଛି ବଡ଼ ପ୍ରସଙ୍ଗ। ଆଗକୁ ଏହି ପ୍ରସଙ୍ଗ ଅଧିକ ଉଗ୍ର ରୂପ ନେବା ସହ କଂଗ୍ରେସ ଓ ମହାଅଘାଡ଼ି ପାଇଁ ବନିପାରେ ସବୁଠୁ ବଡ଼  ଅଡୁଆ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର...

 

 

Sponsored
For the third day in the Jammu and Kashmir Assembly, the commotion is intense | Argus News