|
logo
Live

Argus News - ଅବାଧ ମୁକ୍ତ ନିର୍ବାଚନ ପାଇଁ ECIଙ୍କ ପଦକ୍ଷେପ

Odisha

ଅବାଧ ମୁକ୍ତ ନିର୍ବାଚନ ପାଇଁ ECIଙ୍କ ପଦକ୍ଷେପ

Smruti Parija
Browse all articles by Smruti Parija
·2 years ago·2 min read
ଅବାଧ ମୁକ୍ତ ନିର୍ବାଚନ ପାଇଁ ECIଙ୍କ ପଦକ୍ଷେପ

ଅର୍ଗସ ବ୍ୟୁରୋ:  ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ନିର୍ବାଚନ କମିଶନଙ୍କ ପଦକ୍ଷେପ । ଓଡ଼ିଶାର ଜଣେ ଜିଲ୍ଲାପାଳ ଓ ୨ ଏସ୍‌ପିଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇନେସକନ କମିଶନ। ନିର୍ବାଚନ ପୂର୍ବରୁ ଢେଙ୍କାନାଳ ଜିଲ୍ଲାପାଳ ଏବଂ ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । 

ଢେଙ୍କାନାଳ ଜିଲ୍ଲାପାଳ ମନୋରଂଜନ ମଲ୍ଲିକ,  ଦେବଗଡ ଏସପି ରାମ ପ୍ରସାଦ ସାହୁ ଏବଂ କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡାଙ୍କୁ ବଦଳି କରାଯାଇଛି । ନିର୍ବାଚନରେ ସ୍ବଚ୍ଛତା ଆଣିବା ପାଇଁ ଏହି ପଦେକ୍ଷପ ନିଆଯାଇଛି । ଏହି ଅଧିକାରୀମାନଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଘନିଷ୍ଠତା କିମ୍ବା ପାରିବାରିକ ସମ୍ବନ୍ଧ ରହିଥିଲା । ତେଣୁ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ସେମାନଙ୍କୁ ବଦଳି କରାଯାଇଛି । ସେହିପରି ପଞ୍ଜାବ, ଗୁଜରାଟ, ପଶ୍ଚିମବଙ୍ଗ ସହ ଓଡ଼ିଶାର କିଛି ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ଲୋକସଭା ପାଇଁ ୨୧ ଜଣ ରିଟର୍ଣ୍ଣିଂ ଅଫିସର, ବିଧାନସଭା ପାଇଁ ୧୩୧ ଜଣ ରିଟର୍ଣ୍ଣିଂ ଅଫିସର ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣି ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏହା ବ୍ୟତୀତ ସାରା ରାଜ୍ୟରେ ମତଦାନ କେନ୍ଦ୍ରରେ ନିୟୋଜିତ ହେବା ପାଇଁ ପ୍ରାୟ ୨ ଲକ୍ଷ ୭୦ ହଜାର ମତଦାନ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି । ପ୍ରତ୍ୟେକ ମତଦାନ କେନ୍ଦ୍ର ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ ଜଣ ପୋଲିଂ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜ୍ୟରେ ମୋଟ ଭୋଟର ରହିଛନ୍ତି ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧ । ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯। ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪। ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ୩ ହଜାର ୪୩୮। ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୧୯ ହଜାର ୮୬୧। ୧୮ ରୁ ୧୯ ବର୍ଷ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୯୯ ହଜାର ୩୩୪। ଯାହାକି ଜାତୀୟ ହାର ଠାରୁ ଅଧିକ ରହିଛି। ୮୫ବର୍ଷରୁ ଉର୍ଦ୍ଧ୍ବ ମତଦାତାଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ୨୭୩। ୨୦୧୯ ରେ ପ୍ରତି ୧୦୦୦ ପୁରୁଷର  ୯୪୬ ମହିଳା ଭୋଟର ଥିବା ଏଥର ୯୭୪ କୁ ବୃଦ୍ଧି ପାଇଛି ଏହି ସଂଖ୍ୟା। 

ଆହୁରି ପଢନ୍ତୁ ରାଜନୀତି ଖବର...

Sponsored
ଅବାଧ ମୁକ୍ତ ନିର୍ବାଚନ ପାଇଁ ECIଙ୍କ ପଦକ୍ଷେପ | Argus News