|
logo
Live

Argus News - ବିଦେଶୀ ପକ୍ଷୀଙ୍କ କିଚିରି-ମିଚିରି ଶବ୍ଦରେ ମୁଖରିତ ଚିଲିକା 

Odisha

ବିଦେଶୀ ପକ୍ଷୀଙ୍କ କିଚିରି-ମିଚିରି ଶବ୍ଦରେ ମୁଖରିତ ଚିଲିକା 

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଦେଶୀ ପକ୍ଷୀଙ୍କ କିଚିରି-ମିଚିରି ଶବ୍ଦରେ ମୁଖରିତ ଚିଲିକା 

ଖୋର୍ଦ୍ଧା:  ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ। କିଚିରି-ମିଚିରି ଶବ୍ଦରେ ମୁଖରିତ ହେଉଛି ମରାଳ ମାଳିନୀ। ଦ୍ବିଗୁଣିତ ହୋଇଛି ନୀଳାମ୍ବୁ ଜଳରାଶିର ଶୋଭା। ସେପଟେ ଶିକାର ରୋକିବା ସହ ପକ୍ଷୀଙ୍କ ସୁରକ୍ଷା ପାଇଁ ଆଲର୍ଟରେ ବନ ବିଭାଗ।  ନୀଳାମ୍ବୁ ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ । ଶୀତର ପହିଲି ସ୍ପର୍ଶ ସାଙ୍ଗକୁ ନୂଆ ଅତିଥିଙ୍କ ଆଗମନ । କିଚିରି-ମିଚିରି ଶବ୍ଦରେ  ବିଦେଶାଗତ ପକ୍ଷୀଙ୍କ ଏ ଦୃଷ୍ୟ ସତରେ କେତେ ମନରୋମ । ଆଉ ଏହି ଦୃଶ୍ୟର ମଜା ନେବାକୁ ପର୍ଯ୍ୟଟକ ମଧ୍ୟ ଭିଡ଼ ଜମାଇଲେଣି । ବର୍ତ୍ତମାନ ଶୋଭଲର,ଗଡଓ୍ବାଲ୍, ପିଣ୍ଟେଲ ପକ୍ଷୀଙ୍କ ସଂଖ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ମଙ୍ଗଳାଜୋଡି ଏବଂ ନଳବଣ ଭଳି ପକ୍ଷୀ ଅଭୟାରଣ୍ୟରେ ଶୁଭୁଛି ପକ୍ଷୀଙ୍କ କଳରବ । ତେବେ ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ିବା ନେଇ ଆକଳନ କରିଛନ୍ତି ପରିବେଶବିତ । 

ବିଶ୍ବରେ ଯେତେ ହ୍ରଦ ରହିଛି ସେଥି ମଧ୍ୟରୁ ଚିଲିକାର ସ୍ଥାନ ସ୍ବତନ୍ତ୍ର । କାହିଁକି ନା ପ୍ରତିବର୍ଷ ମାଇଲ ମାଇଲ ଦୂର ଅତିକ୍ରମ କରି ଏଠାକୁ ଆସିଥାନ୍ତି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । ପରିବେଶ ଖାପ ଖାଉଥିବାରୁ ଏହା ପକ୍ଷୀମାନଙ୍କର ଏକ ବୃହତ୍ତମ ଆବାସ ତଥା ପ୍ରଜନନସ୍ଥଳୀ ପାଲଟିଛି । ଏବେ ଚିଲିକାର ରମ୍ଭା, ଟାଙ୍ଗୀ, ବାଲୁଗାଁ, ନୂଆପଡା ଏବଂ ସାତପଡା ରେଞ୍ଜର ବିଭିନ୍ନ ଅଞ୍ଚଳରେ ଘୁରି ବୁଲୁଛନ୍ତି ବିଦେଶୀ ପକ୍ଷୀ ।  
ପକ୍ଷୀଙ୍କ ସଂଖ୍ୟା ବଢୁଥିବା ବେଳେ ସୁରକ୍ଷା ପାଇଁ ମଧ୍ୟ ହୋଇଛି ବ୍ୟାପକ ବନ୍ଦେବସ୍ତ । ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୫ଟି ରେଞ୍ଜରେ ୨୧ଟି କ୍ୟାମ୍ପ କରାଯାଇଛି । କଡ଼ାକଡ଼ି ପେଟ୍ରୋଲିଂ ସହ ଶିକାର ରୋକିବାକୁ ବନ ବିଭାଗର କଡ଼ା ନଜର ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଦେଶୀ ପକ୍ଷୀଙ୍କ କିଚିରି-ମିଚିରି ଶବ୍ଦରେ ମୁଖରିତ ଚିଲିକା  | Argus News