Videos
|
Odisha

 ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବନ ବିଭାଗ

Manini Pattanayak
Browse all articles by Manini Pattanayak
·2 years ago·1 min read
 ନିରୀହ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ବନ ବିଭାଗ

ବାଲେଶ୍ୱର: ପୁଣି ବନ ବିଭାଗର ଦବଙ୍ଗଗିରି। କମ୍ବିଂ ଅପରେସନ ନାମରେ ନିରୀହ ଲୋକଙ୍କୁ କରୁଛି ଅତ୍ୟାଚାର। ରାତି ଅଧରେ ଘରୁ ଡାକି ଆଣି ବାପ ପୂଅକୁ ଶିକାରୀ କହି ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ନୀଳଗିରି କୁଳଡିହା ଅଭୟାରଣ୍ୟ ଅଧିନ କେଳାମରା ଗାଁରେ କୁଳଡିହା ବନ ବିଭାଗ, ବରହମପୁର ପୋଲିସ ଓ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫର୍ସ ର୍ ମିଳିତ ଚଢ଼ାଉ ହୋଇଥିଲା।

କେଳାମରା ଗ୍ରାମର  ନୂତନ ମଢେଇ ଓ ତାଂକ ପୁଅ ରଞ୍ଜନ ମଢେଇ ଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସେଆମାନଙ୍କୁ  ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ପୂର୍ବରୁ ସିଆଡିମାଳ ପଞ୍ଚାୟତ ଡେଉଁଚଖାଲ ଅଞ୍ଚଳରେ ବନ ବିଭାଗ ୬ ଜଣ ଙ୍କୁ ଉଠାଇ ଆଣିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ନିରୀହ ଲୋକ ଥିଲେ। ଅର୍ଗସର ଖବର ପ୍ରସାରଣ ପରେ ଦୁଇ ଜଣଙ୍କୁ ନିର୍ଦୋଷରେ ଖଲାସ କରିଥିଲା ପୋଲିସ। ପୁଣି ବନ ବିଭାଗ ବାପ ପୁଅ ଙ୍କୁ ନିର୍ଦୋଷରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ଆନ୍ଦୋଳନ କରିବେ ବୋଲି କହିଛନ୍ତି ଗ୍ରାମବାସୀ

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: