Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ

Key Points

  • ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
  • ବନ ବିଭାଗ ସ୍କାନର ରେ ରହିବେ ଲୋନଲି ଟସ୍କର 
  • ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ 

ଅର୍ଗସ ବ୍ୟୁରୋ :  ରାଜ୍ୟରେ ହାତୀ ମଣିଷ ଲଢ଼େଇ ବଢ଼ୁଥିବା ବେଳେ ହାତୀ ଆକ୍ରମଣ ଯୋଗୁଁ ଯାଉଛି ମଣିଷ ଜୀବନ । ଏଥିରେ ରୋକ ଲଗାଇବାକୁ ନୂଆ ପଦକ୍ଷେପ ନେଇଛି ବନ ବିଭାଗ। ଅଧିକ ଧନ ଜୀବନ ନଷ୍ଟ କରୁଥିବା ୧୨ଟି ର ଚରିତ୍ର ସୁଧାର ପ୍ରକ୍ରିୟା ଆରମ୍ଭ ହୋଇଛି ।ଏମାନଙ୍କୁ ସୁଧାର କେନ୍ଦ୍ର କୁ ନିଆଯାଇ ରେଡ଼ିଓ କଲାର ଲଗାଇ ଜଙ୍ଗଲରେ ଛଡାଯିବ । ତଥାପି ହାତୀର ଆଚରଣରେ ପରିବର୍ତ୍ତନ ନହେଲ ବନ ବିଭାଗ ର ଟ୍ରେନିଂ କ୍ୟାମ୍ପ ରେ ରଖାଯିବ ।  ରାଉରକେଲା, ବାରିପଦା, ଭୁବନେଶ୍ୱର, ଅନୁଗୁଳ ସରକଲ ରେ 3 ଟି ଲେଖାଏଁ ହାତୀ ଙ୍କୁ ପର୍ଯ୍ୟାୟ କ୍ରମେ ଟ୍ରାଙ୍ଗୁଲାଇଜ କରାଯିବା ପାଇଁ ଯୋଜନା କରାଯାଇଛି । ଚନ୍ଦକା ର ଦୁଇଟି ଓ ଖୋର୍ଦ୍ଧା ଚନ୍ଦକା ରେ ବୁଲୁଥିବା ମାଖନା କୁ ଟ୍ରାଙ୍କୁଲାଇଜ କରିବାକୁ ଅନୁମତି ଦିଆସରିଛି ।

ଅଧିକ ପଢନ୍ତୁ : ଏଣିକି ସାବାଡ୍‌ ହେବେ ଉତ୍ପାତିଆ ହାତୀ

ଏହି ୩ ହାତୀକୁ ଛାଡି ଅନ୍ୟ 9 ଟି ହାତୀ କେତେ ଘର ଭାଙ୍ଗିଛନ୍ତି ଓ ଲୋକଙ୍କ ଜୀବନ ନେଇଛନ୍ତି ତାହାର ରିପୋର୍ଟ ଡି ଏଫ ଓ ମାନଙ୍କୁ ମଗା ଯାଇଛି । ରିପୋର୍ଟ ଆସିବା ପରେ ଏମାନଙ୍କୁ କେବେ ଟ୍ରାଙ୍କୁଲାଇଜ କରି ରେଡିଓକଲାର ଲାଗଯିବ ତାହା ସ୍ପଷ୍ଟ ହେବ । ଚଳିତ ବର୍ଷ ହାତୀ ଗଣନା ବେଳେ 300 ରୁ ଅଧିକ  ଦନ୍ତା ହାତୀ କୁ ଚିନ୍ହଟ କରାଯାଇଥିଲା । ଦନ୍ତାଙ୍କ ପ୍ରାଦୁର୍ଭାବ ଅଧିକ ରହିଥିବାରୁ ଏମାନଙ୍କୁ ଆଚରଣର ଅନୁଧ୍ୟାନ  କରାଯାଇ ସ୍ବତନ୍ତ୍ର ନଜର ରଖାଯାଇଛି । ଯାହା ଫଳରେ ବନ କର୍ମଚାରୀ ଏମାନଙ୍କ ଉପରେ ନଜର ରଖି ପାରିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ୪ ବର୍ଷ ଭିତରେ ହାତୀ ଆକ୍ରମଣ ଯୋଗୁଁ  ପ୍ରାୟ ୩୫୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ବନ ବିଭାଗର ଏ ପଦକ୍ଷେପ ପରେ ହାତୀ ମଣିଷ ଲଢ଼େଇ କେତେ ଦୂର ହ୍ରାସ ପାଉଛି ତାହା ଉପରେ ନଜର । 


 

Sponsored
forest department's big plan to prevent human-elephant poaching | Argus News