Fire in forest / ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ
·4 months ago·2 min read

Key Points
ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ
କେନ୍ଦୁଝର, ସୁନ୍ଦରଗଡ଼ ଓ ନବରଂଗପୁରର ଜଙ୍ଗଲରେ ନିଆଁ
ବନାଗ୍ନୀ ମୁକାବିଲା ପାଇଁ ବନ ବିଭାଗର ବ୍ୟାପକ ପ୍ରସ୍ତୁତି

ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ। କେନ୍ଦୁଝର, ସୁନ୍ଦରଗଡ଼ ଓ ନବରଂଗପୁରରେ ଜଙ୍ଗଲ ନିଆଁ ବଢ଼ାଇଲା ଚିନ୍ତା। ବନାଗ୍ନୀ ମୁକାବିଲା ପାଇଁ ବନ ବିଭାଗର ବ୍ୟାପକ ପ୍ରସ୍ତୁତି। ବାରମ୍ବାର ସଚେତନତା ସତ୍ତ୍ବେ ଅମାନିଆଙ୍କ ପାଇଁ ବଢୁଛି ଟେନସନ୍।
ନବରଙ୍ଗପୁର ଜିଲ୍ଲା ଉମରକୋଟ ଜଙ୍ଗଲରେ ଲାଗିଛି ନିଆଁ । ଗତ କିଛି ଦିନ ଧରି ନିଆଁ ଲାଗିଥିଲେ ବି ନିଆଁ ଲିଭାଇବା ରେ ବିଫଳ ହୋଇଛି ବନ ବିଭାଗ । ଜଙ୍ଗଲ ରେ ନିଆଁ ଲାଗିବା ଫଳରେ ଶାଳ, ପିଆଶାଳ, ମହୁଲ ଭଳି ମୂଲ୍ୟବାନ ଗଛ ସବୁ ଜଳି ପୋଡ଼ି ନଷ୍ଟ ହେବାରେ ଲାଗିଛି । ଏଥି ସହ ଜଙ୍ଗଲ ରେ ବାସ କରୁଥିବା ବିଭିନ୍ନ ପଶୁ ପକ୍ଷୀ ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି । ବନବିଭାଗ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ନିଆ କୁ ଲିଭାଇବା ରେ ସଫଳ ହୋଇନାହାନ୍ତି। ଜଙ୍ଗଲ ନଷ୍ଟ ନେଇ ଚିନ୍ତା ରେ ବୁଦ୍ଧିଜୀବୀ । ଏପରି ଯଦି ଜଙ୍ଗଲ ନଷ୍ଟ ହୁଏ ତାହେଲେ ଜଙ୍ଗଲ ରେ ଥିବା ମୂଲ୍ୟବାନ ଗଛ ସବୁ ନଷ୍ଟ ହେବ ।
କେନ୍ଦୁଝରରେ ଜଳୁଛି ଜଙ୍ଗଲ। କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ବିଟ୍ ବାଉଁଶୁଳୀ ସଂରକ୍ଷିତ ଜଙ୍ଗଲ ଓ ଚମ୍ପୁଆ ରେଞ୍ଜ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ। ଫଳରେ ୪୯ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଅଞ୍ଚଳ ପୂରା ଧୂଆଁମୟ। ଜଙ୍ଗଲ ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି ବନ ବିଭାଗ। ଜଙ୍ଗଲର ଅନେକ ବୃକ୍ଷଲତା ନଷ୍ଟ ହୋଇଥିବା ବେଳେ, ଜୀବଜନ୍ତୁ, ସରୀସୃପଙ୍କ ଜୀବନ ସଙ୍କଟରେ ପଡିଛି। ନିଆଁ ଲାଗିବାର କାରଣ ଏଯାଏ ସ୍ପଷ୍ଟ ହୋଇ ନଥିବା ବେଳେ, କୌଣସି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଚମ୍ପୁଆ ରେଞ୍ଜ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଅଠର ଟିକିଆ ହାତୀପଲ ରହି ଆସୁଥିବା ହେତୁ ନିଆଁ ପାଇଁ ସେମାନେ ଗାଁ ମୁହାଁ ହେବା ମଧ୍ୟ ଆଶଙ୍କା କରାଯାଉଛି।
ସେହିପରି ସୁନ୍ଦରଗଡ଼ରେ ଜଳୁଛି ଗିଡ଼େଇ ସଂରକ୍ଷିତ ଜଙ୍ଗଲ। କୋଇଡା ବନଖଣ୍ଡରେ ନିଆଁ ଲାଗି ଜଳୁଛି ଜଙ୍ଗଲ। ଗୋଟିଏ ପରେ ଗୋଟିଏ ପାହାଡ଼ ଏବେ ନିଆଁର କବଳରେ। ଗୁରୁବାର ଭବାନୀ ପାହାଡ଼ ଜଳୁଥିବା ବେଳେ, ଶୁକ୍ରବାର ଗୋଣୁଆ ବିଟ୍ରୁ ଆସିଛି ଜଂଗଲ ଜଳିବାର ଚିତ୍ର। କୋଇଡା ବନ ମଣ୍ଡଳରେ ଥମୁନି ନିଆଁର ପ୍ରକୋପ। ଭବାନୀ ପାହାଡ଼ରେ ନିଆଁ ଲିଭାଇବାରେ ସଫଳତା ମିଳିଥିଲେ ମଧ୍ୟ, ଗିଡ଼େଇ ଜଙ୍ଗଲର ନିଆଁ ଏବେ ବି ଅନିୟନ୍ତ୍ରିତ ଅବସ୍ଥାରେ ରହିଛି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଏହି ଜଙ୍ଗଲ ନିଆଁ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି କରିବା ସହ ଧୂଆଁମୟ ପରିବେଶ ସୃଷ୍ଟି କରିଛି।
ବାରମ୍ବାର ସଚେତନ କରାଯିବା ସତ୍ତ୍ବେ କିଛି ଅମାନିଆ ବ୍ୟକ୍ତିଙ୍କ ପାଇଁ ଜଙ୍ଗଲରେ ନିଆଁ ଲାଗୁଛି..। କୌଣସି ପରିସ୍ଥିତିରେ ମଧ୍ୟ ଜଙ୍ଗଲରେ ନିଆଁ ନଲଗାଇବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ବେଳେ, ଜଙ୍ଗଲରେ ଏଭଳି ନିଆଁ ଲାଗିବା ବନ ବିଭାଗକୁ ଚିନ୍ତାରେ ପକାଇଛି।
ଏଥିସହ ପଢ଼ନ୍ତୁ: ବର୍ଷା ବଢ଼ାଇଲା ଚିନ୍ତା; ହୋଲିରେ ଭିଜିବ ୭ ରାଜ୍ୟ, ଓଡ଼ିଶାରେ କେମିତି ରହିବ ପାଗ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories