Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Rain Alert / ବର୍ଷା ବଢ଼ାଇଲା ଚିନ୍ତା; ହୋଲିରେ ଭିଜିବ ୭ ରାଜ୍ୟ, ଓଡ଼ିଶାରେ କେମିତି ରହିବ ପାଗ ?

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବର୍ଷା ବଢ଼ାଇଲା ଚିନ୍ତା; ହୋଲିରେ ଭିଜିବ ୭ ରାଜ୍ୟ, ଓଡ଼ିଶାରେ କେମିତି ରହିବ ପାଗ ?
Holi Rain Alert

Key Points

ରଙ୍ଗର ପର୍ବ ହୋଲିରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ପଶ୍ଚିମବଙ୍ଗ, ସିକ୍କିମ ଓ ଜାମ୍ମୁ-କାଶ୍ମୀର ଆଦି ୭ ରାଜ୍ୟରେ ବର୍ଷା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ ।
ନୂଆଦିଲ୍ଲୀ: ମାର୍ଚ୍ଚ ଆରମ୍ଭ ପୂର୍ବରୁ ଗରମ ବଢ଼ିଛି । ଉତ୍ତର-ପଶ୍ଚିମ ଭାରତର ଏକାଧିକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି । ଗୋଟିଏ ପଟେ ଗରମ ଲୋକଙ୍କୁ ଅସ୍ତବ୍ୟସ୍ତ କରିବା ଆରମ୍ଭ କରିଥିବା ବେଳେ ବର୍ଷା ଆଣୁଛି ଚିନ୍ତା ।

ରଙ୍ଗର ପର୍ବ ହୋଲିରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ, ପଶ୍ଚିମବଙ୍ଗ, ସିକ୍କିମ ଓ ଜାମ୍ମୁ-କାଶ୍ମୀର ଆଦି ୭ ରାଜ୍ୟରେ ବର୍ଷା ନେଇ ସତର୍କ କରାଇଛି ଭାରତୀୟ ପାଣିପାଗ ବିଭାଗ । IMD ଅନୁସାରେ, ବର୍ଷା ସହ ଏସବୁ ରାଜ୍ୟରେ ଘଣ୍ଟା ପ୍ରତି ୨୦ରୁ ୨୫ କିଲୋମିଟର ବେଗର ପବନ ବହିପାରେ ।

ଏଥିସହ ପଢ଼ନ୍ତୁ: ମାର୍ଚ୍ଚରେ ବଢ଼ିବ ଗରମ, ୨ରୁ ୩ ଡିଗ୍ରୀ ବଢିପାରେ ପାରଦ...

ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଚଳିତ ସପ୍ତାହରେ ଉତ୍ତର-ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ଵାଭାବିକ ଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ । ସେହିଭଳି ୩ରୁ ୪ ମାର୍ଚ୍ଚ ହିମାଳୟ କ୍ଷେତ୍ରରେ ହାଲୁକା ବର୍ଷା ସହ ବରଫ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଭଳି ଫେବ୍ରୁଆରୀ ୨୭ ଓ ୨୮ ତାରିଖରେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କେରଳ ଆଦି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଯେତେବେଳେ କି ମାର୍ଚ୍ଚ ୩ ଓ ୪ ତାରିଖରେ ଜାମ୍ମୁ-କାଶ୍ମୀରରେ ହାଲୁକା ବର୍ଷା କିମ୍ବା ବରଫ ବର୍ଷା ହୋଇପାରେ ।

ଏଥିସହ ପଢ଼ନ୍ତୁ: କମ୍ ବର୍ଷା, ଅଧିକ ଖରା... ପ୍ରଭାବିତ ହେବ ଫସଲ ଉତ୍ପାଦନ: IMDର ପୂର୍ବାନୁମାନ

ଦିଲ୍ଲୀରେ କେମିତି ରହିବ ପାଗ ?

IMD ଆକଳନ ଅନୁସାରେ, ଫେବ୍ରୁଆରୀ ୨୭ ତାରିଖରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଦିଲ୍ଲୀରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତାପମାତ୍ରା ୩୦ରୁ ୩୨ ଡିଗ୍ରୀ ରହିପାରେ । ଦିଲ୍ଲୀ-ଏନସିଆରରେ ଦିନ ବେଳା ୧୫ରୁ ୨୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉତ୍ତର-ପଶ୍ଚିମ ଦିଗରୁ ପବନ ବହିପାରେ ।

ଓଡ଼ିଶାର ପାଣିପାଗ

ଆଗାମୀ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୨ ଦିନ ମଧ୍ୟରେ ଦିନ ଓ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ଆଗାମୀ ୨୪ ଘଣ୍ଟାରେ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ଦୃଶ୍ୟମାନ ହୋଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Holi Weather Alert: Rain Likely in 7 States, How Will Odisha Fare? | Argus News | Argus News