ବର୍ଷା କମେଇଛି ଜଙ୍ଗଲ ନିଆଁ
·2 years ago

ଅର୍ଗସ ବ୍ୟୁରୋ: ବର୍ଷା କମେଇଛି ଜଙ୍ଗଲ ନିଆଁ। ଏ ଯାଏଁ 8 ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଛି। ଗତ ବର୍ଷ ଏହି ସମୟରେ 27 ହଜାର ପଏଣ୍ଟରେ ନିଆଁ ଲାଗିଥିଲା । ମାଲକାନଗିରି ଅଞ୍ଚଳରେ ପୋଡୁ ଚାଷ ପାଇଁ ଅଧିକ ନିଆଁ ଲାଗୁଛି। ତେବେ ଏହି ନିଆଁ ଲିଭାଇବା ପାଇଁ 367 ସ୍କ୍ବାର୍ଡ ନିୟୋଜିତ ହୋଇଛନ୍ତି। 2365 ସେଫଟି କିଟ୍ ସହ 4790 ଫାୟାର ଗ୍ଲୋଭର ଦିଆଯାଇଛି ।
ତେବେ ଜଙ୍ଗଲରେ ଫାୟାର ଲାଇନ ଚି଼ହ୍ନଟ କରିବା ସହ ଜନ ସଚେତନ ମଧ୍ୟ କରାଯାଉଛି । ଯଦି ଅଧିକ ନିଆଁ ବ୍ୟାପିବ ତେବେ ଓଡ୍ରାଫ ଟିମର ସହାୟତା ନିଆଯିବ ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
