Tragic Death / ସାତକୋଶିଆ ଅଭୟାରଣ୍ୟରେ ବିଦ୍ୟୁତ୍ ତାର ଯାଞ୍ଚ କରୁଥିଲେ ବନ କର୍ମଚାରୀ, ଦଳିଦେଲା ହାତୀ
·2 hours ago·2 min read

Key Points
ହାତୀକୁ ଶିକାରରୁ ବଞ୍ଚାଇବା ପାଇଁ ଯାଞ୍ଚ କରୁଥିଲେ ବନ କର୍ମଚାରୀ । ହେଲେ... ବନ କର୍ମଚାରୀଙ୍କୁ ହାତୀ ନିଜ ପାଇଁ ବିପଦ ଭାବି ନେଲା । ଆଉ ସାତକୋଶିଆ ଅଭୟାରଣ୍ୟ ଭିତରେ ନେଇଗଲା ଜଣେ ବନ କର୍ମଚାରୀଙ୍କ ପ୍ରାଣ ।
ଅନୁଗୋଳ: କେବେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି । ତ ଆଉ କେବେ ମଣିଷର ଫାଶରେ ପଡ଼ି ପ୍ରାଣ ହାରୁଛନ୍ତି ଗଜରାଜ । ହାତୀ-ମଣିଷ ଜାରି ରହିଥିବା ବେଳେ ଗଜରାଜଙ୍କ ସୁରକ୍ଷା ପାଇଁ ପ୍ରଶାସନର ପଦକ୍ଷେପ ଜାରି ରହିଛି ।
ଏହାରି ଭିତରେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରୁ ଆସିଛି ଦୁଃଖଦ ଖବର । ସାତକୋଶିଆ ଅଭୟାରଣ୍ୟର ପମ୍ପାସର ବନାଞ୍ଚଳ ଜଗନ୍ନାଥପୁର ବିଟ୍ ନିକଟ ଗାଁରେ ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା
ବିଭିନ୍ନ ସମୟରେ ଜଙ୍ଗଲରେ ବାର୍ହା ଶିକାର ପାଇଁ ଶିକାରୀ ବସାଇଥିବା ଫାଶରେ ପଡ଼ି ହାତୀ ମୃତ୍ୟୁ ବରଣ କରିଥାନ୍ତି । ସାତକୋଶିଆ ଅଭୟାରଣ୍ୟରେ ହାତୀ ଯେଭଳି ଶିକାରୀଙ୍କ ଏଭଳି ଫାଶରେ ନ ପଡ଼ିବେ ସେଥିଲାଗି ବନ ବିଭାଗ କର୍ମଚାରୀ ଯାଞ୍ଚ କରିଥାନ୍ତି ।
ଜଗନ୍ନାଥପୁର ବିଟ୍ର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ୨ ବନ କର୍ମଚାରୀ ବିଦ୍ୟୁତ୍ ତାର ଯାଞ୍ଚ କରୁଥିଲେ । ସେହି ସମୟରେ ଗୋଟିଏ ହାତୀ ଆସି ଅତର୍କିତ ଭାବେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।
ମୃତକ ହେଲେ ଜଗନ୍ନାଥପୁର ଗାଁର ମୂଷା ସାହୁଙ୍କ ପୁଅ ବିଶ୍ୱ ରଞ୍ଜନ କୁମାର ସାହୁ (୪୭) । ନଳିତ ଦେହୁରୀଙ୍କ ପୁଅ ଦୟାନିଧି ଦେହୁରୀ ଗୁରୁତର ଅଛନ୍ତି । ଦୟାନିଧିଙ୍କୁ ବନ୍ତଳା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଏକମାତ୍ର ପୁଅର ନିଶା ସେବନରେ ଅତିଷ୍ଠ ବାପାମାଆ, ଶେଷରେ ଘରେ ଝୁଲି ପଡ଼ିଲେ
ସୂଚନା ଅନୁସାରେ, ସୋମବାର ଅପରାହ୍ଣରେ ଦୁଇ ବନ କର୍ମଚାରୀ ବିଶ୍ଵ ରଞ୍ଜନ ଏବଂ ଦୟାନିଧି ପଞ୍ଚାୟତ କାର୍ଯ୍ୟାଳୟ ପଛ ପଟକୁ ଯାଇ ଯାଞ୍ଚ କରୁଥିଲେ । କାଳେ ଶିକାରୀ ଶିକାର ପାଇଁ ବିଦ୍ୟୁତ୍ ତାର ପକାଇଥିବେ ଯାଞ୍ଚ ବେଳେ ହଠାତ୍ ହାତୀ ଆସି ଦୁହିଁଙ୍କୁ ଆକ୍ରମଣ କରିଥିଲା ।
ହାତୀ ଆକ୍ରମଣରେ ଘଟଣା ସ୍ଥଳରେ ହିଁ ବିଶ୍ଵ ରଞ୍ଜନଙ୍କ ମୃତ୍ୟୁ ହୋଇଛି । ଦୟାନିଧିଙ୍କ ଚିତ୍କାର ଶୁଣି ଅନ୍ୟ ବନ କର୍ମଚାରୀ ଏବଂ ଗାଁ ଲୋକ ପହଞ୍ଚି ହାତୀକୁ ଘଉଡ଼ାଇବା ସହ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ । ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଓ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories