Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକମାତ୍ର ପୁଅର ନିଶା ସେବନରେ ଅତିଷ୍ଠ ବାପାମାଆ, ଶେଷରେ ଘରେ ଝୁଲି ପଡ଼ିଲେ

Odisha

Heartbreaking / ଏକମାତ୍ର ପୁଅର ନିଶା ସେବନରେ ଅତିଷ୍ଠ ବାପାମାଆ, ଶେଷରେ ଘରେ ଝୁଲି ପଡ଼ିଲେ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଏକମାତ୍ର ପୁଅର ନିଶା ସେବନରେ ଅତିଷ୍ଠ ବାପାମାଆ, ଶେଷରେ ଘରେ ଝୁଲି ପଡ଼ିଲେ
Elderly Couple Found Hanging

Key Points

ବୟସର ଅପରାହ୍ଣରେ ଯେଉଁ ପୁଅକୁ ଆଶ୍ରା ବୋଲି ଭାବୁଥିଲେ, ସେ ଯେତେବେଳେ ବାଟ ହୁଡ଼ିଲା । ସେତେବେଳେ ବାପାମାଆ ନେଇଗଲେ ଚରମ ନିଷ୍ପତ୍ତି ।
ପୁରୀ: କାଖେଇ, କୋଳେଇ ଏକମାତ୍ର ପୁଅକୁ ବଡ଼ କଲେ । ବଡ଼ କଲେଜରେ ପାଠ ପଢ଼ାଇବା ସହ ପୁଅଠାରୁ ବଡ଼ ଆଶା ବି ରଖିଥିଲେ । ହେଲେ ପିତୃତ୍ଵ ଦିବସ ବା ଫାଦର୍ସ ଡେ'ରେ ସବୁ ଆଶା ମଉଳିଗଲା । ବୟସର ଅପରାହ୍ଣରେ ଯେଉଁ ପୁଅକୁ ଆଶ୍ରା ବୋଲି ଭାବୁଥିଲେ, ସେ ଯେତେବେଳେ ବାଟ ହୁଡ଼ିଲା । ସେତେବେଳେ ବାପାମାଆ ନେଇଗଲେ ଚରମ ନିଷ୍ପତ୍ତି ।

ପୁଅକୁ ଏକାକୀ କରି ବନ୍ଦ ଘର ଭିତରେ ଝୁଲି ପଡ଼ିଲେ ଦମ୍ପତି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ପୁରୀରେ । ଶ୍ରୀକ୍ଷେତ୍ରର ସେନାପତି ବଗିଚାରେ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ମୃତକ ହେଉଛନ୍ତି ପୁରୀ ସେନାପତି ବଗିଚାର ଅନାମ ମିଶ୍ର ଓ ସଙ୍ଗୀତା ମିଶ୍ର ।

ଏଥିସହ ପଢ଼ନ୍ତୁ: କଟକ ରେଳ ଷ୍ଟେସନରେ ସନ୍ତାନ ପ୍ରସବ କଲେ ମହିଳା 
 
କାହିଁକି କଲେ ଆତ୍ମହତ୍ୟା ?

ପୁରୀ ସେନାପତି ବଗିଚାର ଅନାମ ମିଶ୍ର ଓ ସଙ୍ଗୀତା ମିଶ୍ରଙ୍କ ଏକମାତ୍ର ପୁଅ ହେଉଛି, ଅନୁ ସଙ୍ଗୀତ ମିଶ୍ର । ପୁଅ ନାଁରେ ବାପାମାଆ ୩ ମହଲା ଘର କରିଛନ୍ତି । ସେଇ ଘରେ ପୁଅକୁ ନେଇ ଏକାଠି ରହୁଥିଲେ ଅନାମ ଓ ସଙ୍ଗୀତା ।

ସୂଚନା ଅନୁସାରେ, ଏକମାତ୍ର ପୁଅ ଅନୁସଙ୍ଗୀତ ନିଶା ସେବନ କରୁଥିଲା । ଯାହାକୁ ନେଇ ଅତିଷ୍ଠ ହୋଇ ପଡ଼ିଥିଲେ ଅନାମ ଓ ସଙ୍ଗୀତା । ନିଶାଠାରୁ ଦୂରେଇ ରହିବାକୁ ବାରମ୍ବାର ପୁଅକୁ ବାରଣ କରୁଥିଲେ । ହେଲେ ପୁଅ ନିଶା ଛାଡ଼ି ନଥିଲା ।

ନିଜେ ଅନୁସଙ୍ଗୀତ ନିଶା ସେବନ କରୁଥିବା ଓ ବାପାମାଆଙ୍କ ଉପରେ ରାଗି ଯାଉଥିବା ସ୍ଵୀକାର କରିଛି । ହେଲେ ଏଥିପାଇଁ ଅନାମ ଓ ସଙ୍ଗୀତା ଜୀବନ ହାରିଥିବା କଥାକୁ ମାନି ନାହାନ୍ତି ପୁଅ ଅନୁସଙ୍ଗୀତ ମିଶ୍ର । ସେ କହିଛନ୍ତି, "ବାପାଙ୍କ ମୋବାଇଲ୍ ମେସେଜ୍‌ ଖୋଳତାଡ଼ କରିବା ପରେ ସବୁ କଥା ସ୍ପଷ୍ଟ ହେବ ।"

ଏଥିସହ ପଢ଼ନ୍ତୁ: ଦିନ ଦ୍ୱି-ପ୍ରହରରେ ଗୋଡ଼ାଇ ଗୋଡ଼ାଇ ହତ୍ୟା; ବାଇକ୍‌ରେ ଯାଉଥିବା ବେଳେ କାଟିଦେଲା ତଣ୍ଟି 

ଶନିବାର ରାତିରେ କ'ଣ ଘଟିଲା ?

ଶନିବାର ରାତିରେ ପୁଅ ଅନୁସଙ୍ଗୀତକୁ ଖାଇବାକୁ ଦେଇଥିଲେ ମାଆ । ତା' ପରେ ଶୋଇବାକୁ ଯାଇଥିଲେ । ହେଲେ ସକାଳେ ଅନୁସଙ୍ଗୀତ ବାପା ମାଆଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ।

ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରି ସଦର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିଛି । ସ୍ଵର୍ଗଦ୍ଵାରରେ ନିଜେ ଅନୁସଙ୍ଗୀତ ବାପାମାଆଙ୍କୁ ମୁଖାଗ୍ନି ଦେଇଛନ୍ତି । ବାପାମାଆ ଜୀବନ ହାରିବାର କାରଣ ସେ ନିଶା ସେବନ ନୁହେଁ ବୋଲି କହିଛନ୍ତି । ପୁରୀର ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ କାହିଁକି ଜୀବନ ହାରିଲେ ଅନାମ ଓ ସଙ୍ଗୀତା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored