Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା, ହାଇଟେକ୍ ନର୍ସରୀରେ CCF ଟିମର ତଦନ୍ତ

Odisha

ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା, ହାଇଟେକ୍ ନର୍ସରୀରେ CCF ଟିମର ତଦନ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା, ହାଇଟେକ୍ ନର୍ସରୀରେ CCF ଟିମର ତଦନ୍ତ

ଅର୍ଗସ ବ୍ୟୁରୋ:  ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା। ଭବାନୀପାଟଣା ଜାରିଙ୍ଗ ହାଇଟେକ୍ ନର୍ସରୀରେ CCF ଟିମର ବିଭାଗୀୟ ତଦନ୍ତ ଜାରି। ସଞ୍ଜୟଙ୍କ ସୁସାଇଡ ନୋଟ୍ ଆଧାରରେ ତଦନ୍ତ କରୁଛି CCF ଟିମ୍। ସୁଇସାଇଡ ନୋଟରେ ପିସି କାରବାର ଓ ଚାରାରୋପଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ରାଜ୍ୟସରକାର ଘଟଣାର ବିଭାଗୀୟ ତଦନ୍ତ ପାଇଁ CCFଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦେଇଥିଲେ। କାଗଜପତ୍ର ଯାଞ୍ଚ କରିବା ସହ ଫିଲ୍ଡରେ କାମ ହୋଇଛି କି ନାହିଁ ସବୁର ଖୋଳତାଡ଼ ଚାଲିଛି। ସୁଇସାଇଡ ନୋଟରେ ଚାରା ରୋପଣରେ ପିସି କାରବାର ଅଭିଯୋଗ ଆଣି ମୃତ୍ୟୁ ପାଇଁ ଡିଏଫଓଙ୍କୁ ଦାୟୀ କରିଥିଲେ ଫରେଷ୍ଟର ।

ଜାରିଙ୍ଗ ନର୍ସରୀକୁ ଚଳିତବର୍ଷ ୨ଲକ୍ଷ ଲଲିପଟ ଚାରା ବ୍ୟୟବରାଦ ହୋଇଥିଲା। ଯାହାର ମୁଲ୍ୟ ୨୫ ଲକ୍ଷ ୨୦ ହଜାର ଟଙ୍କା। ଏ ବାବଦରେ ଆସିଥିବା ଅର୍ଥର ୭ଲକ୍ଷ କମିଶନ ପାଇଁ ଡିଏଫଓ ମାନସିକ ଚାପ ଦେଉଥିବା ଅଭିଯୋଗ ଆଣିଥିଲେ ସଞ୍ଜୟଙ୍କ ପରିବାର ଲୋକେ। ସେପଟେ ପୋଲିସର ନୋଟିସ ସତ୍ତ୍ବେ ହାଜର ହେଉ ନାହାନ୍ତି ଡିଏଫଓ ଦେବେନ୍ଦ୍ର ବେହେରା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Forester Sanjay Nayak suicide case, CCF team investigates at hi-tech nursery | Argus News