Odisha Politics / ଶ୍ରୀମୟୀଙ୍କ ପ୍ରଶ୍ନ ବାଣରେ ଘାଇଲା BJD, ଉତ୍ତର ନପାଇ ଫଁ ଫଁ ନେତା !

Key Points
ଶ୍ରୀମୟୀ କହିଥିଲେ ନିଜ ଦଳୀୟ ସଦସ୍ୟତା ନବୀକରଣ କରିନଥିଲି ।
ବିଜେଡିର ସଦସ୍ୟ ନହୋଇ ତାଙ୍କୁ କେମିତି ନିଲମ୍ବନ କରାଗଲା ?
ବିଜେଡି ନେତୃତ୍ୱଙ୍କୁ ନିଜର ସଦସ୍ୟତା ନମ୍ବର ମାଗିଥିଲେ ଶ୍ରୀମୟୀ ।
ଶ୍ରୀମୟୀଙ୍କ ନିଲମ୍ବନ ଆଉ ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ନବୀନଙ୍କ ଦୋମୁହାଁ ଚରିତ୍ରର ପୋଲ ଖୋଲିଛନ୍ତି ଶ୍ରୀମୟୀ । ଦଳରେ ମହିଳାଙ୍କୁ ଅପମାନ କଥା ନେଇ ଯାଇଥିଲେ ଶ୍ରୀମୟୀ । ନବୀନ କହିଲେ IT HAPPENS IN POLITICS ।
ନିଲମ୍ବନ ପରେ ବିଜେଡି ଓ ନବୀନଙ୍କ ବିରୋଧରେ ପୁଣି ଶ୍ରୀମୟୀଙ୍କ ବିସ୍ଫୋରଣ । ଶ୍ରୀମୟୀ କହିଛନ୍ତି, ନବୀନ ପଟ୍ଟନାୟକ ସମ୍ବେଦନହୀନ । ମୋ ବିରୋଧରେ ଅପମାନଜନକ ବ୍ୟବହାର ବେଳେ ଚୁପ୍ ଥିଲେ ନବୀନ । ମୋତେ ଅସମ୍ମାନ ବେଳେ ନବୀନ ନୀରବ ରହିଲେ । ବିଜେଡିରୁ ନିଲମ୍ବନ ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ଶ୍ରୀମୟୀ ବିଜେଡିର ଆଭ୍ୟନ୍ତରୀଣ ନିର୍ବାଚନ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର
ସେ କହିଛନ୍ତି, ବିଜେଡି ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା, ବିଜେଡି ଗଣତନ୍ତ୍ରର ଅପମାନ କରିଛି । ଶ୍ରୀମୟୀ କହିଥିଲେ ନିଜ ଦଳୀୟ ସଦସ୍ୟତା ନବୀକରଣ କରିନଥିଲେ, ବିଜେଡିର ସଦସ୍ୟ ନହୋଇ ତାଙ୍କୁ କେମିତି ନିଲମ୍ବନ କରାଗଲା ଉଠାଇଥିଲେ ପ୍ରଶ୍ନ । ବିଜେଡି ନେତୃତ୍ବଙ୍କୁ ନିଜର ସଦସ୍ୟତା ନମ୍ବର ମାଗିଥିଲେ ଶ୍ରୀମୟୀ ।
ଏପରିକି ସ୍ନେହାଙ୍ଗିନୀ ଏବଂ ପ୍ରମିଳାଙ୍କୁ ମଧ୍ୟ କଲେ ଟାର୍ଗେଟ । କହିଲେ ସେମାନେ ଆତ୍ମସମୀକ୍ଷା କରନ୍ତୁ । ଏବେ ଯେଉଁମାନେ ମୋର ଯୋଗ୍ୟତା ଉପରେ ପ୍ରଶ୍ନ କରୁଛନ୍ତି , ଦୟାକରି ସେ ପ୍ରଶ୍ନ ନବୀନବାବୁଙ୍କୁ କଲେ ଉତ୍ତର ପାଇପାରନ୍ତେ ବୋଲି ଶ୍ରୀମୟୀ ଲେଖିଛନ୍ତି ?
ସେପଟେ ଗୃହରେ ମୂଳତବୀ ପ୍ରସ୍ତାବ ଆଲୋଚନା ବେଳେ ଶ୍ରୀମୟୀ ପ୍ରସଙ୍ଗ ଉଠାଇ ବର୍ଷିଥିଲେ ବିଜେପି ବିଧାୟକ ବାବୁ ସିଂ । କହିଥିଲେ ଶଙ୍ଖ ଭବନରେ ମହିଳାଙ୍କ ଭିଡିଓ ରେକର୍ଡ ନେଇ ସାରା ରାଜ୍ୟ ଦୋହଲୁଛି । ବିଜେଡି ଏ ସମୟରେ ମହିଳା ପ୍ରସଙ୍ଗ ଉଠାଉଛି । ଏହା ହାତୀ ମାରି କୁଲା ଘୋଡାଇବା ଭଳି ଘଟଣା । ନଟ ଆଉଟଙ୍କ ପାଖେ ସମସ୍ତେ ଆଉଟ ହୋଇଗଲେ କି ବୋଲି ପ୍ରଶ୍ନ କଲେ ବାବୁ ସିଂ ।
📱 Get Argus News App
✨ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...
ତେବେ ଶ୍ରୀମୟୀ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କୁ ଧମକାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଯାହାର କାଉଣ୍ଟର କରିଛନ୍ତି ବିଜେଡି ନେତା ଅଶୋକ ରାଉତ ।
ବିଜେଡିକୁ ଶ୍ରୀମୟୀଙ୍କ ଘନ ଘନ ଟାର୍ଗେଟ୍ ପରେ ଆଜି ଦଳ ପକ୍ଷରୁ ଦିଆଯାଇଛି ଜବାବ। ସାମ୍ନାକୁ ଆସିଛନ୍ତି ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ୩ ଦିନ ତଳେ ଶ୍ରୀମୟୀଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ବ୍ୟକ୍ତିଗତ ମତ କହିଥିବା ସ୍ନେହାଙ୍ଗିନୀ ଆଜି ଶ୍ରୀମୟୀଙ୍କ ଉପରେ କରିଛନ୍ତି ଆକ୍ରମଣ। ପ୍ରଶ୍ନ ହେଲା କାହା ଚାପରେ ବଦଳିଲା ବିଜେଡି ନେତ୍ରୀ ସ୍ନେହାଙ୍ଗିନୀଙ୍କ ସ୍ବର ?
ପୂର୍ବରୁ ନାଁ ନନେଇ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ନ୍ୟାସୀ କହି ଟୁଇଟ କରିଥିଲେ ଶ୍ରୀମୟୀ । ଧୂତରାଷ୍ଟ୍ର ଉପାଖ୍ୟାନ ଉଠାଇ କରିଥିଲେ ନିଶାନା । ଶ୍ରୀମୟୀଙ୍କ ଉପରେ ଆକ୍ରମଣ ପରେ ଏବେ ପ୍ରମାଣିତ ହେଲା କିଏ ଭଣ୍ଡ ସନ୍ୟାସୀ ଓ କିଏ ଧୂତରାଷ୍ଟ୍ର ।
Related Topics
Explore more stories