Videos
|
Odisha

Nrusingha Sahu Son Arrested / ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ, ଠକେଇ ଅଭିଯୋଗରେ ନୟାପଲ୍ଲୀ ଘରୁ ବାନ୍ଧିଲା ପୋଲିସ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·1 min read
ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ, ଠକେଇ ଅଭିଯୋଗରେ ନୟାପଲ୍ଲୀ ଘରୁ ବାନ୍ଧିଲା ପୋଲିସ
Nrusingha Sahu Son Arrested

Key Points

ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ ଗିରଫ
ସାଂସଦ ସୁଜିତ କୁମାରଙ୍କୁ ଠକି ବନ୍ଧା ହେଲେ ମନ୍ତ୍ରୀଙ୍କ ପୁଅ
ଅଜିତ ସାହୁଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ
ବନ୍ଧାହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ । ପୂର୍ବତନ ବିଜେଡି ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁଙ୍କୁ ପୋଲିସ ଗିରଫ କରିଛି । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ତାଙ୍କ ଘରୁ ପୋଲିସ ଅଜିତଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ତ୍ରିଶୁଳିଆ ନିକଟରେ ଜମି ଦେବାକୁ କହି ଠକେଇ କରିଥିବା ନେଇ ଅଜିତଙ୍କ ବିରୋଧରେ ଅଭିଯୋଗ ରହିଛି । ଅଭିଯୋଗ ଅନୁସାରେ, ସାଂସଦ ସୁଜିତ କୁମାରଙ୍କ ସମେତ ମୋଟ ୩ ଜଣଙ୍କୁ ଜମି ଦେବାର ପ୍ରତିଶ୍ରୁତି ଦେଇ ଠକେଇ କରାଯାଇଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ଅଜିତଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ମାମଲା ହୋଇଥିଲା। ଏହା ସହ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ରହିଥିଲା ।

ସୂଚନା ଅନୁସାରେ, ୨୦୨୪ ମସିହାରେ ସାଂସଦ ସୁଜିତ କୁମାର ଦିଲ୍ଲୀର ତୁଗଲକ୍ ରୋଡ୍ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାମଲାରେ ଅଜିତଙ୍କୁ ପଟିଆଲା ହାଉସ୍ କୋର୍ଟ ପଳାତକ ଘୋଷଣା କରିଥିବା ମଧ୍ୟ ସୂଚନା ମିଳିଛି । ଦୀର୍ଘଦିନ ଧରି ପୋଲିସ ତାଙ୍କୁ ଖୋଜୁଥିବା ବେଳେ ଶେଷରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଘରୁ ଗିରଫ କରାଯାଇଛି । ଏବେ ଏହି ଠକେଇ ମାମଲାରେ ଅଜିତଙ୍କୁ ପୋଲିସ ପଚରାଉଚରା କରିବା ସହ ଘଟଣାର ଅନ୍ୟାନ୍ୟ ଦିଗ ନେଇ ତଦନ୍ତ ଜାରି ରଖିଛି ।