Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ଅମଳରେ ରାଜ୍ୟରେ 5ଟି ନାଁରେ ଚାଲିଥିଲା ଶାସନ

Odisha

ବିଜେଡି ଅମଳରେ ରାଜ୍ୟରେ 5ଟି ନାଁରେ ଚାଲିଥିଲା ଶାସନ

Manini Pattanayak
Browse all articles by Manini Pattanayak
·1 year ago·2 min read
ବିଜେଡି ଅମଳରେ ରାଜ୍ୟରେ 5ଟି ନାଁରେ ଚାଲିଥିଲା ଶାସନ

ଭୁବନେଶ୍ୱର:  ବିଜେଡି ଅମଳରେ ରାଜ୍ୟରେ 5ଟି ନାଁରେ ଚାଲିଥିଲା ଶାସନ। କିନ୍ତୁ 5ଟି ନାଁରେ କେମିତି ଟିମ୍ ୱାର୍କରେ ଚାଲିଥିଲା ରାଜ୍ୟ ରାଜକୋଷ ଲୁଟ୍ ତାର ଗୋଟିଏ ପରେ ଗୋଟିଏ ପ୍ରମାଣ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନରେ ବାଲେଶ୍ବର ଜିଲ୍ଲାରେ ହୋଇଥିବା 5-T କେଳାଙ୍କାରୀର ଗୁମର ଖୋଲିଛି। ଭୂତ କମ୍ପାନୀ ଦେଖାଇ କୋଟି କୋଟି ଟଙ୍କା ଲୁଟ୍ କରାଯାଇଥିଲା। ବିବାଦ ଘେରକୁ ଆସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣ୍ଡ ଟିମ୍। ନବୀନଙ୍କ ଛତ୍ରଛାୟା ତଳେ ପାଣ୍ଡିଆନଙ୍କ  5ଟି କାମ ନାଁରେ ବଡ ଦୁର୍ନୀତି । ଲୁଟିବା ପାଇଁ ତିଆରି ହୋଇଥିବା ଭୈରବ କାର୍ତିକେୟନ୍ ପାଣ୍ଡିଆନଙ୍କ ଏକ୍ସକ୍ଲୁସିଭ ଯୋଜନାରେ ଲୁଟିନେଲେ କୋଟିକୋଟି ଟଙ୍କା । ଜଳେଶ୍ୱର ପରେ ବାଲେଶ୍ୱର ସଦର ବ୍ଲକ । ପୁରା ଟିମ୍ ୱାର୍କରେ ଲୁଟିନେଲେ କୋଟିକୋଟି ଟଙ୍କା । ବାଲେଶ୍ବର ଜିଲ୍ଲାରେ ୫ଟି ଦୁର୍ନିତୀର ପାର୍ଟ -୨ ।  ପ୍ରଥମ ପର୍ଯ୍ୟାୟରେ ଦେଖିଥିଲେ ମିଛ GST ବିଲ୍  ଆଉ ଦ୍ବିତୀୟ ପର୍ଯ୍ୟାୟରେ ଦେଖିନ୍ତୁ ଭୂତ କମ୍ପାନୀ ନାଁରେ ଟଙ୍କା ହରିଲୁଟ ।

ଭୂତ କମ୍ପାନୀ ଦେଖାଇ ୫ଟି ବିଦ୍ୟାଳୟ ରୂପାନ୍ତରୀକରଣ ନାଁରେ ମହାଘୋଟାଲା । କେବଳ ବାଲେଶ୍ବର ସଦର ବ୍ଲକରେ ୬ କୋଟିରୁ ଉର୍ଦ୍ଧ ଟଙ୍କାର ଘୋଟାଲା । ଏଥିରେ ବାଲେଶ୍ବରର ତଥାକଥିତ ବିଜେଡିର ପାଓ୍ବାରଫୁଲ ଲିଡରଙ୍କ ସମ୍ପୃକ୍ତି ରହିଥିବାର ଅଭିଯୋଗ । ନଜର ପକାନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା  ଏଇ ତଥ୍ୟ ଉପରେ, ବାଲେଶ୍ବର ସଦର ବ୍ଲକ ଛାନୁଆ ସରକାରୀ ପଞ୍ଚାୟତ ହାଇସ୍କୁଲ ପାଇଁ  ଭିନାୟକ ସାଇଣ୍ଟିଫିକ୍ ନାମକ ଏକ ବ୍ୟବସାୟୀକ ଅନୁଷ୍ଠାନରୁ କିଣା ଯାଇଥିବା ସାମଗ୍ରୀ  ୩ ମେ ୨୦୨୨ରେ ଉକ୍ତ ବ୍ୟବସାୟୀକ ଅନୁଷ୍ଠାନ ନିକଟରୁ ୧ଲକ୍ଷ ୪୦ହଜାର ଟଙ୍କାର ସାମଗ୍ରୀ ମଧ୍ୟ କିଣାହୋଇଥିବା ଏହି ସବୁ ବିଲରେ ଦର୍ଶାଯାଇଛି । ଆଉ କୋଟିକୋଟି ଟଙ୍କାର ବିଲ୍ ଦେଖାଇ ଲୁଟି ନେଇଛନ୍ତି ଟଙ୍କା । ଆପଣ ନିଶ୍ଚିତ ଭାବୁଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି । ସାମଗ୍ରୀ କିଣା ହୋଇଛି ବିଲ ହୋଇଛି । ଏଥିରେ ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶାରେ ଭିନାୟକ ସାଇଣ୍ଟିଫିକ୍ ବୋଲି କୌଣସି କମ୍ପାନୀ ବା ବ୍ୟବସାୟୀକ ଅନୁଷ୍ଠାନ ହିଁ ନାହିଁ । ଭୂତ କମ୍ପାନୀକୁ ଦର୍ଶାଇ ୪୦ ଲକ୍ଷରୁ ଅଧିକ ଟଙ୍କାର ବିଲ୍ କରାଯାଇଛି ।

GST ନମ୍ବରରେ ଦର୍ଶାଯାଇଥିବା କମ୍ପାନୀର ଠିକଣା ଅନୁଯାଇ ଖାତା ନମ୍ବର ରହିଛି ୧୦୪୭/୩୮୭  , ପ୍ଲଟ ନଂ- ୨୦୯୫/୨୮୫୨ ଛାନୁଆ ପଞ୍ଚାୟତ ବସ୍ତା ବ୍ଲକ ବାଲେଶ୍ବର । ଜମିର ମାଲିକ ହେଉଛନ୍ତି ରାମ ଚନ୍ଦ୍ର ନାୟକ ପିତା ବିପ୍ର ନାୟକ, କିନ୍ତୁ ସେ ସ୍ଥାନରେ କୌଣସି ଏଭଳି ଦୋକାନ ହିଁ ନାହିଁ । ଆଉ ଯାହାକି ପ୍ରମାଣ କରୁଛି ଭୂତ କମ୍ପାନୀ ନାଁରେ ଲୁଟ୍ ହୋଇଛି କୋଟି କୋଟି ଟଙ୍କା । ଛାନୁଆ ପଞ୍ଚ‍ାୟତ ହାଇସ୍କୁଲରେ କିଣାଯାଇଥିବା ସାମଗ୍ରୀ ଅତ୍ୟନ୍ତ ନିମ୍ନ ମାନର । ଯେଉଁ କିଛି ଉପକରଣ ଲାଗିଥିଲା ତାହା ମଧ୍ୟ ଖରାପ ହୋଇଗଲାଣି । ଆଉ ଏହାକୁ ବିଦ୍ୟାଳୟ କର୍ତ୍ତୁପକ୍ଷ ମଧ୍ୟ ସ୍ୱୀକାର କରିଛନ୍ତି । ସେପଟେ ଏହି ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।  ଜିଲ୍ଲାରେ ହୋଇଥିବା ଏହି କେଳେଙ୍କାରୀରେ  ବିଜେଡିର ତଥାକଥିତ ପାଓ୍ବାରଫୁଲ ଲିଡରଙ୍କ ବଡ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ବିଜେଡି କହେ ନବୀନ ବାବୁ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଛତ୍ରଛାୟା ତଳେ ଏହା ଲୁଟ ହୋଇଛି ବୋଲି ବାଲେଶ୍ୱରବାସୀ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
Former Chief Minister Naveen Patnaik and his team are also in controversy | Argus News