Contempt of Court Case / ଅଦାଲତ ଅବମାନନା ମାମଲାରେ ପୂର୍ବତନ DGP ଓ୍ବାଇ.ବି. ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍
·13 mins ago·2 min read

Key Points
ପୂର୍ବତନ DGP ଓ୍ବାଇ.ବି. ଖୁରାନିଆଙ୍କୁ ନୋଟିସ୍
ଅଦାଲତ ଅବମାନନା ମାମଲାରେ କାରଣ ଦର୍ଶାଅ ନୋଟିସ୍
କାରଣ ଦର୍ଶଆ ନୋଟିସ୍ ଜାରି କଲେ ହାଇକୋର୍ଟ

କଟକ ୨୭।୮: ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆଙ୍କୁ କାରଣ ଦର୍ଶଆ ନୋଟିସ୍ ଜାରି କଲେ ହାଇକୋର୍ଟ। ତାଙ୍କ ବିରୁଦ୍ଧରେ କାହିଁକି ଅଦାଲତ ଅବମାନନା ମାମଲା ରୁଜୁ ନହେବ, ସେନେଇ କୈଫତ ଲୋଡିଛନ୍ତି କୋର୍ଟ । ବାରମ୍ବାର ସୁଯୋଗ ସତ୍ତ୍ବେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ ନକରିବା ଏବଂ ମାମଲା ସମ୍ପର୍କିତ ବିଭ୍ରାନ୍ତିମୂଳକ ସତ୍ୟପାଠ ଦାଖଲ କରିବା ଅଭିଯୋଗକୁ ହାଇକୋର୍ଟ ଗରୁତ୍ୱର ସହ ନେଇ ଏହି ନିର୍ଦ୍ଦେଶ ଦେଇଛନ୍ତି ।
୨୦୨୫, ସେପ୍ଟେମ୍ବର ୨୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶକୁ ଖୁରାନିଆ ଜାଣିଶୁଣି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ, ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ ଖୁରାନିଆଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ଯୋଗେଶ ବାହାଦୂର ଖୁରାନିଆ ଅବସର ନେଇ ସାରିଥିବାରୁ ପୋଲିସ ଆଇଜି (ପର୍ସୋନେଲ) ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରିବେ । କାରଣ ଦର୍ଶାଅ ନୋଟିସ୍ ପାଇବାର ୭ ଦିନ ଭିତରେ ପୂର୍ବତନ ଡିଜିପି ଜବାବ ରଖିବେ ବୋଲି ହାଇକୋର୍ଟ ଶୁଣାଣିରେ ସ୍ପଷ୍ଟ କରିଛନ୍ତି ।
ପଢନ୍ତୁ ଏହି ଖବର: ସମୟ ସୀମା ଭିତରେ ସେବା ନମିଳିଲେ ଫାଇନ୍ ଦେବେ ଅଧିକାରୀ; ଦରମାରୁ ଦିନକୁ କଟିବ ୨୫୦ଟଙ୍କା
ଚାକିରିରୁ ଛଟେଇ ହୋଇଥିବା ସାଗରିକା ପରିଡା ନାମକ ମହିଳା ପୋଲିସ ଅଫିସରଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ପଦକ୍ଷେପ ନେଇଛନ୍ତି । ସାଗରିକାଙ୍କୁ ପୁନଃ ଅବସ୍ଥାପିତ କରିବା ଲାଗି ଗତବର୍ଷ ସେପ୍ଟେମ୍ବର ମାସରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ, ପୂର୍ବତନ ଡିଜିପି ୱାଇ. ବି. ଖୁରାନିଆ କୋର୍ଟଙ୍କୁ ବିଭ୍ରାନ୍ତିକର ତଥ୍ୟ, ତାହା ପୁଣି ସତ୍ୟପାଠ ଜରିଆରେ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋଇଛି ।
ତେବେ ଖୁରାନିଆ ଗତ ୧୬ ତାରିଖରେ DGP ପଦରୁ ଅବସର ନେଇ ସାରିଛନ୍ତି । ତାହା ସତ୍ତ୍ବେ ବି ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ୪ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଚାକିରିରେ ପୁନଃସ୍ଥାପିତ ସଂପର୍କିତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ସୁନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଥିରେ ଅବହେଳା ହୁଏ ତେବେ ଭାରପ୍ରାପ୍ତ ଡିଜିପି ଓ ଆଇଜି (ପର୍ସୋନେଲ) ସେପ୍ଟେମ୍ବର ୨୮ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories