Odisha Govt SOP / ସମୟ ସୀମା ଭିତରେ ସେବା ନମିଳିଲେ ଫାଇନ୍ ଦେବେ ଅଧିକାରୀ; ଦରମାରୁ ଦିନକୁ କଟିବ ୨୫୦ଟଙ୍କା
·2 weeks ago·2 min read

Key Points
ସମୟ ସୀମା ଭିତରେ ସେବା ନମିଳିଲେ ଫାଇନ୍
ଫାଇନ ଗଣିବେ ଦାୟୀ ଅଫିସର
ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ କଟିବ ଦିନକୁ ୨୫୦ଟଙ୍କା
ସାଧାରଣ ପ୍ରଶାସନ ବିଭାଗ ଆଣିଲା ନୂଆ ଗାଇଡ୍ଲାଇନ୍

ଭୁବନେଶ୍ଵର: ଆସିଲା ଏସଓପି । ବାବୁଙ୍କ ଖାମଖିଆଲିରେ ଲାଗିବ ରୋକ୍ । ସମୟରେ ସେବା ଯୋଗାଇବେ, ନହେଲେ ଜରିମାନା ବାବଦକୁ ଦରମାରୁ କଟିବ ଟଙ୍କା । ସେବାର ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦରମାରୁ କଟିବ ଦିନକୁ ୨୫୦ ଟଙ୍କା ।
ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ଥିବା ସମସ୍ତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଲାଗୁ ହୋଇଛି ‘ଅଟୋ-ଅପିଲ୍ ସିଷ୍ଟମ୍’ । ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ଆଣିଛି ଗାଇଡଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (SOP) ।
ଏଥିସହ ପଢ଼ନ୍ତୁ: ଦୂର ହେଲା ଦ୍ଵନ୍ଦ୍ଵ; ମୁକ୍ତି ମଣ୍ଡପ ପଣ୍ଡିତ କହିଲେ କେଉଁ ଦିନ ବାନ୍ଧିବେ ରାକ୍ଷୀ ?
ସେବାରେ ଖିଲାପ ହେଲେ କିମ୍ବା ବିଳମ୍ବ ହେଲେ ଆପେ ଆପେ ହେବ ଅପିଲ୍ । ଆଉ ଦାୟୀ ରହିବେ ସମ୍ପୃକ୍ତ ଅଧିକାରୀ । ନୂଆ ଏସଓପିରେ କଠୋର ଆର୍ଥିକ ଜରିମାନାର ବ୍ୟବସ୍ଥା ରହିଛି । କାର୍ଯ୍ୟରେ ବିଳମ୍ବ ପାଇଁ ଦାୟୀ ଅଫିସରଙ୍କ ଉପରେ ଦିନକୁ ୨୫୦ ଟଙ୍କା ହିସାବରେ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇ ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଜୋରିମାନା ଅର୍ଥକୁ ସମ୍ପୃକ୍ତ ଅଫିସରଙ୍କ ଏଚଆରଏମଏସ୍ ଓ ଟ୍ରେଜେରୀ ସିଷ୍ଟମ ସହ ସଂଯୋଗ କରି ସିଧାସଳଖ ତାଙ୍କ ଦରମାରୁ ଆଦାୟ କରାଯିବାର ପ୍ରାବଧାନ ରହିଛି । ଏନେଇ ସମସ୍ତ ବିଭାଗକୁ ଏସଓପି ପଠାଇଛି ସାଧାରଣ ପ୍ରଶାସନ ବିଭାଗ ।
ନୂଆ ଏସଓପି ଅନୁସାରେ, ଓଡ଼ିଶା ଜନସେବାରେ ସାମିଲ ହୋଇଥିବା ସେବା ପାଇବା ପାଇଁ ଜଣେ ଆବେଦନକାରୀ ଅନଲାଇନ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିବା ପରେ ଏକ ସ୍ୱତନ୍ତ୍ର ଆକନଲେଜମେଣ୍ଟ ନମ୍ବର ମଳିବ ।
ଯଦି ନିର୍ଦ୍ଦିଷ୍ଟ ଦାୟିତ୍ୱପ୍ରାପ୍ତ ଅଫିସର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉକ୍ତ ଆବେଦନର ସମାଧାନ ନ କରି ସେବା ପ୍ରଦାନରେ ବିଫଳ ହୁଅନ୍ତି । ତେବେ କୌଣସି ଅତିରିକ୍ତ ଆବେଦନ ବିନା ସିଷ୍ଟମ ସ୍ୱୟଂଚାଳିତ ଭାବେ ଉକ୍ତ ମାମଲାକୁ ‘ଅଟୋ-ଅପିଲ୍’ ଭାବରେ ପ୍ରଥମ ଅପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେବ ।
ଏଥିସହ ପଢ଼ନ୍ତୁ: NH କଡ଼ ଜଙ୍ଗଲରୁ ଜବତ କଙ୍କାଳ ବଢ଼ାଇଲା ଦ୍ଵନ୍ଦ୍ଵ; ପରିଚୟ ଜାଣିବାକୁ ହେଲା DNA ଟେଷ୍ଟ
ଆବେଦନର ୩୦ ଦିନ ମଧ୍ୟରେ ସମାଧାନ ନହେଲେ ତାହା ସ୍ଵୟଂଚାଳିତ ଭାବେ ଅଟୋ-ଅପିଲ୍ ହୋଇଯିବ । ଫଳରେ ଆବେଦନକାରୀଙ୍କୁ ବାରମ୍ବାର ବ୍ୟକ୍ତିଗତ ଭାବେ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଏଥିସହ ବାରମ୍ବାର ଆବେଦନଗୁଡ଼ିକୁ ପକାଇ ରଖୁଥିବା ଅଧକାରୀ ମଧ୍ୟ ଧରାପଡ଼ିବେ ।

Related Topics
Explore more stories