ବିଜେପିରେ ଯୋଗଦେବେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଅର୍ଗସ ବ୍ୟୁରୋ: ବିଜେପିରେ ଯୋଗଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ପଦ୍ମ ଧରିବେ। ଆଜି ଏନେଇ ଓଟିଭିକୁ ଫୋନ୍ ଯୋଗେ ସୂଚନା ଦେଇଛନ୍ତି ରାଜେନ୍ଦ୍ର। ଆସନ୍ତା ୪ ତାରିଖରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବା ନେଇ ସେ ସୂଚନା ଦେଇଛନ୍ତି।
ଗତ କିଛି ଦିନ ଧରି ରାଜୁ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ସେ ବିରାମ୍ ଲଗାଇ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଛନ୍ତି। ଧାମନଗର ଉପନିର୍ବାଚନ ବେଳେ ବେଶ୍ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ। ଧାମନଗର ଉପନିର୍ବାଚନ ବେଳେ ରାଜୁ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ। ତେବେ ବିଜେଡି ପ୍ରାର୍ଥୀ ନ କରିବାରୁ ଶେଷରେ ବିଦ୍ରୋହୀ ସାଜିଥିଲେ। ଏପରିକି ସ୍ୱାଧିନ ଭାବେ ନାମାଙ୍କନ କରିଥିଲେ।
ବିଜେପି ମୁହାଁ ବିଜେଡି ବିଦ୍ରୋହୀ। ନିକଟରେ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିଥିଲେ। ସେହିପରି ୨୫ରେ ଦେବାଶିଷ ନାୟକ ବିଜେପି ଦଳରେ ମିଶିଥିଲେ। ଗୁରୁବାର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର