ରକ୍ତମୁଖା ଡ୍ରାଇଭର; ଗାଡି ମାଲିକଙ୍କ ଘରେ ନିଆଁ ଲଗାଇଦେଲେ
·2 years ago·1 min read

ଭୁବନେଶ୍ୱର: ରକ୍ତମୁଖା ଡ୍ରାଇଭର । ଚାକିରିରୁ ବିଦା କରିଦେଲେ ବୋଲି ଗାଡି ମାଲିକଙ୍କ ଘରେ ନିଆଁ ଲଗାଇଦେଲେ । ସୀମା ଟପିଲା ମାନବିକତା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଜାଗମରା କ୍ରିଷ୍ଣା ଗାର୍ଡେନରେ ।
ରାତି ଅଧରେ ଗାଡି ମାଲିକଙ୍କ ଘରେ ପଶି କଲେ ଉନ୍ମତ କାଣ୍ଡ ଭିଆଇଲେ ପୂର୍ବତନ ଡ୍ରାଇଭର । ଚାକିରୀରୁ ବିଦା କରି ଦେଲେ ବୋଲି ଘରେ ଲଗାଇଲେ ନିଆଁ । ଦୁଇଟି ଗାଡି ସହ ଅଧା ଜଳିଗଲା ଘର । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି ।
ଜାଗମରା କ୍ରିଷ୍ଣା ଗାର୍ଡେନରେ ରହୁଥିବା ଅଜିତ କୁମାର ନାୟକଙ୍କ ଗାଡି ଆଉ ଘର ଜାଳିଦେଲା ପୂର୍ବତନ ଡ୍ରାଇଭର ମହମ୍ମଦ ହାକିମ । ସିସିଟିଭିରୁ ସବୁ ଜଣାପଡିବା ପରେ ଅଭିଯୋଗ ପରେ ଅଭିଯୁକ୍ତ ଡ୍ରାଇଭରକୁ ଅଟକ ରଖିଲା ଖଣ୍ଡଗିରି ଥାନା ପୋଲିସ । ନିଶା ଖାଇବାରୁ ଗତ ମେ ମାସରେ ଅଭିଯୁକ୍ତ ଡ୍ରାଇଭରକୁ ଚାକିରିରୁ ବାହାର କରିଦେଇଥିଲେ ମାଲିକ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହୁରି ପଢନ୍ତୁ ଓଡିଶା ଖବର...
