Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବ ଦାସଙ୍କ ମୃତ୍ୟକୁ ଗୋଟେ ବର୍ଷ ପୂରିଛି, ହେଲେ ନ୍ୟାୟ...

Odisha

ନବ ଦାସଙ୍କ ମୃତ୍ୟକୁ ଗୋଟେ ବର୍ଷ ପୂରିଛି, ହେଲେ ନ୍ୟାୟ...

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନବ ଦାସଙ୍କ ମୃତ୍ୟକୁ ଗୋଟେ ବର୍ଷ ପୂରିଛି, ହେଲେ ନ୍ୟାୟ...

ଅର୍ଗସ ବ୍ୟୁରୋ:  ବର୍ଷ ପରେ ବର୍ଷ ପୂରୁଛି। କିଏ କେତେବେଳେ କାହାଗୁଳିରେ ଜୀବନ ହାରିବ ତାହା କିଏ ବା କହିବ। ଆଉ ନ୍ୟାୟ ପାଇବା ତ ଏଠି ଦୂରର କଥା, ନିଜ ଲୋକ ବି କୌରସି ପ୍ରଶ୍ନ ଉଠାଉନାହାନ୍ତି। ଏ କଥା ଆଜି ଆମେ ଏଥିପାଇଁ କହୁଛୁ କି, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ କାଲି ଗୋଟିଏ ବର୍ଷ ପୁରୁଛି। ଏହି ପ୍ରସଙ୍ଗରେ ମତ ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ନବ ଦାସଙ୍କୁ ନ୍ୟାୟ ମିଳିବା ପାଇଁ ତାଙ୍କ ପରିବାରର କେତେ ଆନ୍ତରିକତା ତାହା ମୁଁ ଜାଣିନି। କେବଳ ଗଣମାଧ୍ୟମ ପ୍ରଶ୍ନ ଉଠାଉଛି।

ତାଙ୍କ ପରିବାର ଲୋକ ତ କେବେ କୌଣସି ପ୍ରଶ୍ନ ଉଠାଉନାହାନ୍ତି। ତେବେ ତାଙ୍କ ପରିବାରଲୋକ ହିଁ କହିପାରିବେ ନବ ଦାସଙ୍କୁ ନ୍ୟାୟ ମିଳିଛି କି ନାହିଁ। ଗୋଟେ ବର୍ଷ ପୂରିଗଲା ହେଲେ ପରିବାର ପକ୍ଷରୁ କାହାର ବି କୌଣସି ପ୍ରକାରର ପ୍ରଶ୍ନ ଉଠିଲା ନାହିଁ। ପ୍ରକୃତ ହତ୍ୟାକାରୀ କିଏ ? କାହିଁକି ନବ ଦାସଙ୍କୁ ହତ୍ୟା କରାଗଲା ? ହତ୍ୟା ପଛର କାରଣ କଣ ହୋଇପାରେ ? କିଏ ଏଭଳି ଚକ୍ରାନ୍ତ କରି ମାରିଛି ? ନା ଗୋପାଳ ଦାସକୁ ମୋହରା ବନାଇ ଆଉ କିଏ ଏହି ହତ୍ୟା ପଛରେ ରହିଛି ତାହା ଜଣାପଡୁନାହିଁ । ନବ ଦାସଙ୍କ ପରିବାର ପକ୍ଷରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେବା ଜରୁରୀ। ଯଦି ଜଣେ ମନ୍ତ୍ରୀଙ୍କୁ ଏଭଳି ଭାବରେ ଜନସାଧାରଣଙ୍କ ସମ୍ମୁଖରେ ହତ୍ୟା କରାଗଲା, ତେବେ ଜଣେ ସାଧାରଣ ଲୋକ ସେତେ ସୁରକ୍ଷିତ ରାଜ୍ୟରେ ତାହା ଉପରେ ଉଠିଛି ପ୍ରଶ୍ନବାଚୀ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus Whatsapp Channel Mobile Top
Sponsored
former health minister naba das death anniversary | Argus News