|
logo
Live

Argus News - ବିଜେପିରେ ମିଶିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ

Odisha

ବିଜେପିରେ ମିଶିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ

Ritu Das
Browse all articles by Ritu Das
·2 years ago·3 min read
ବିଜେପିରେ ମିଶିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ

Key Points

  1990 ମସିହାରେ Parliamentary quiz ପ୍ରତିଯୋଗିତାରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।     
•    1995ରେ ବିଜେବି କଲେଜରୁ ସ୍ନାତକ ଶେଷ କରିବା ପରେ 1995 ରୁ 1998 ମଧ୍ୟରେ ଦେଶର ଦୁଇଟି ବୃହତ ଶିକ୍ଷାନୁଷ୍ଠାନ  ଜେଏନୟୁରୁ ପିଜି ଓ ଏମ୍.ଫିଲ୍ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ଲାଭ କରିଥିଲେ । 
•    1998 ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ପ୍ରୟାସରେ ହିଁ ସର୍ବଭାରତୀୟ ସ୍ତରରେ 49ତମ ରାଙ୍କ୍ ହାସଲ କରିଥିଲେ। ସେହି ବର୍ଷ ଓଡ଼ିଶାରେ ଓଏଏସ୍ ପରୀକ୍ଷାରେ 5ମ ରାଙ୍କ୍ ପାଇଥିଲେ । 

ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ। ପ୍ରଧାନମନ୍ତ୍ରୀଙ୍କ ଆଦର୍ଶ ଏବଂ ନୀତିରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଲି। ବଡ଼ମ୍ବାରେ ଯେଉଁ ସଂଗଠନ ଅଛି ତାହା ବହୁତ ସୁଦୃଢ଼ ଅଛି। ଆମର ତୃଣମୂଳ ସ୍ତରରେ ପ୍ରତି ଗାଁ ପ୍ରତି ପଞ୍ଚାୟତ ପ୍ରତି ବୁଥସ୍ତରରେ ବିଜେପି ସପକ୍ଷରେ ଅଛି। ବିଜେପି ଜାତୀୟସ୍ତରର ଗୋଟିଏ ପାର୍ଟି। ତାର କିଛି ଶୃଙ୍ଖଳା ରହିଛି। ଯଦି ପାର୍ଟି ନିଷ୍ପତ୍ତି ନିଏ ମୁଁ ନିର୍ବାଚନ ପାଇଁ ଯୋଗ୍ୟ ବ୍ୟକ୍ତି ତାହାଲେ ମୁଁ ନିଶ୍ଚିତ ଲଢ଼ିବି। 

ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ 1975 ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପୈତୃକ ଗାଁ କୃଷ୍ଣଚନ୍ଦ୍ରପୁର ଗ୍ରାମ, ଗୋପପୁର ପଞ୍ଚାୟତ, ବଡମ୍ବା ବ୍ଲକ, କଟକ ଜିଲ୍ଲାରେ। ଭୁବନେଶ୍ୱର ଡିଏମ ସ୍କୁଲରେ ନିଜର ସ୍କୁଲ ଜୀବନ ଆରମ୍ଭ କରିଥିଲେ । ପାଠପଢା ସହ ବିଭିନ୍ନ କ୍ଷେତ୍ରରେ ନିପୁଣ ଥିଲେ । କ୍ରୀଡ଼ା, ଶିକ୍ଷା ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଜଣେ ଆଦର୍ଶ ଛାତ୍ର ଥିଲେ। ସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ବକ୍ତୃତା ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ନିଜର ପରିଚୟ ତିଆରି  କରିଥିଲେ । 

ଜଣେ ଅଧିକାରୀ ଭାବେ ସଫଳତା :  
1.    ସମ୍ବିତ ତ୍ରିପାଠୀ ମାତ୍ର 22 ବର୍ଷ ବୟସରେ 1998 ମସିହା ବ୍ୟାଚର ଜଣେ IRS ଅଫିସର ଭାବେ ସ୍ୱୀକୃତି ହାସଲ କରିଥିଲେ । ତାଙ୍କର ଅନେକ କ୍ଷେତ୍ରରେ ଅଭିଜ୍ଞତା ରହିଛି ।  କେନ୍ଦ୍ର ସରକାରଙ୍କ ୪ଟି ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ କାର୍ଯ୍ୟ କରି ବ୍ୟାପକ ନୀତି ସମ୍ବନ୍ଧରେ କାର୍ଯ୍ୟ କରି ବିଶେଷ ଅଭିଜ୍ଞତା ରହିଛି ।  
2.    ଓଡ଼ିଶାର ରାଉରକେଲା, ସମ୍ବଲପୁର ଠାରୁ ଆରମ୍ଭ କରି ଭୁବନେଶ୍ୱର, କଟକ ପର୍ଯ୍ୟନ୍ତ ରାଜ୍ୟର ବଡ଼ ବଡ଼ କର୍ପୋରେଟ୍ ହାଉସ୍ ଓ ଠିକାଦାରଙ୍କ ଟିକସ ଚୋରିକୁ ବ୍ୟାପକ ଭାବେ ରୋକିବା ପାଇଁ ରଣନୀତି ଆପଣାଇଥିଲେ । 
ବିଭିନ୍ନ ମନ୍ତ୍ରଣାଳୟରେ ନିଯୁକ୍ତି -
-୨୦୦୭ ଏବଂ ୨୦୦୮ରେ ଲ’ ବଜେଟ୍ ପ୍ରସ୍ତୁତ କରିଥିବା ଟିମର ସଦସ୍ୟ ଥିଲେ । ବ୍ୟବସାୟ ଓ ଟିକସକୁ ସହଜ କରିବା ପାଇଁ ପ୍ରତ୍ୟକ୍ଷ ଟିକସ କୋଡ୍ ପ୍ରସ୍ତୁତ କରିଥିବା ଟିମରେ କାର୍ଯ୍ୟ କରିଥିଲେ । 
-ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ସେ ଦେଶର ଦୁଇଟି ବୃହତ୍ତମ ବନ୍ଦର ଯଥା ପାରାଦୀପ ଓ କାଣ୍ଡଲାରେ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ । ଇରାନ ଗସ୍ତ କରି ଦେଶ ପାଇଁ ଚାହବାହାର ବନ୍ଦର ଉପରେ ଆଲୋଚନା କରିଥିଲେ ।   
-୨୦୧୪ରୁ ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ସେତେବେଳେ ଓଏସଡି ଏବଂ ପିଏସ୍ ଭାବରେ କାର୍ଯ୍ୟ କରିଥିଲେ ।   
-୨୨ ବର୍ଷରୁ ଅଧିକ ସରକାରୀ ଚାକିରି କରିବା ପରେ ଇନକମ-ଟ୍ୟାକ୍ସ କମିଶନର ଭାବରେ କାର୍ଯ୍ୟ କରୁଥିବା ସମୟରେ ସମାଜସେବା କରିବା ପାଇଁ ସ୍ୱେଚ୍ଛାକୃତ ଅବସର ତଥା  ଭିଆରଏସ୍ ନେଇଥିଲେ ।  
-ତାଙ୍କୁ ଯେତେବେଳେ ୨୨ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ । ସରକାରୀ ଚାକିରି ମଧ୍ୟ ୨୨ ବର୍ଷ କରିବା ପରେ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । 
-ଚାଷ କ୍ଷେତ୍ରରେ ଚାଷୀ ଭାଇ ମାନଙ୍କର ରୋଜଗାରକୁ ବଢାଇବା ପାଇଁ ନୂଆ ନୂଆ ପଦ୍ଧତିର ଚାଷ କରିବାର ପ୍ରଶିକ୍ଷଣ ଦେବା ସହ ମୋଦି ସରକାରଙ୍କ କୃଷକ ମାନଙ୍କ ପାଇଁ ହେଉଥିବା ଯୋଜନାର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରୁଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର
 

Sponsored
ବିଜେପିରେ ମିଶିଲେ ପୂର୍ବତନ IRS ଅଧିକାରୀ ସମ୍ବିତ ତ୍ରିପାଠୀ | Argus News