ପୂର୍ବତନ ଜନସଂଘ ଓ ବରିଷ୍ଠ ବିଜେପି ନେତା ଡ.ପ୍ରିୟବ୍ରତ ରଥଙ୍କ ପରଲୋକ
·2 years ago·1 min read

ଅର୍ଗସ ବ୍ୟୁରୋ: ପୂର୍ବତନ ଜନସଂଘ,ବରିଷ୍ଠ ବିଜେପି ନେତା ତଥା ଓଡିଶା ବିଜେପିର ପ୍ରଥମ ସାଧାରଣ ସଂପାଦକ ଡ.ପ୍ରିୟବ୍ରତ ରଥଙ୍କ ପରଲୋକ। ଗତ ରାତିରେ ବଲାଙ୍ଗିର ତେଲିଗୋଠ ପଡା ଘରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଛି। ତାଙ୍କର ଶେଷ ଦର୍ଶନ ପାଇଁ ତେଳିଗୋଠପଡା ଘରକୁ ବନ୍ଧୁବାନ୍ଧବ,ପଡୋଶୀ,ସହ ଆରଏସସ କର୍ମକର୍ତ୍ତା,ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର,ପ୍ରଫେସର ମଧୁସୂଦନ ପତି,ନାଗରିକ କମିଟି ସଭାପତି,ଆକ୍ସନ କକମିଟି ସଭାପତି,ସାଂସ୍କୃତିକ ପରିଷଦ ସଭାପତି,ଅଖିଳ ଭାରତୀୟ ସାହିତ୍ୟ ପରିଷଦ,ଭୂମିକା ପରିବାର ସହ ଅନେକ ମାନ୍ୟଗଣ୍ୟ ଲୋକ ଶେଷ ଦର୍ଶନ କରିଛନ୍ତି। ତେଳିଗୋଠପଡାରେ ଶେଷକୃତ୍ୟ ସଂମ୍ପନ୍ନ କରାଯିବ।
ଆଜି ତାଙ୍କର ପରଲୋକରେ ସମସ୍ତେ ମ୍ରିୟମାଣ। ଡ.ପ୍ରିୟବ୍ରତ ରଥଙ୍କ ଦୁଇ ପୁଅ ଜୟପ୍ରକାଶ ରଥ ଓ ସୋମ୍ୟପ୍ରକାଶ ରଥ ସହ ଝିଅ ସାଗରିକା ଗୁରୁ ଜ୍ବାଇଁ ସଞ୍ଜିବ କୁମାର ଗୁରୁ ସହ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ବଡପୁଅ ଜୟପ୍ରକାଶ ରଥ ମୁଖାଗ୍ନି ଦେଇଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: