Videos
|
Odisha

ଦୀପାଲି ଦାସଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦାବି କଲେ ବିଜେଡି ନେତା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦୀପାଲି ଦାସଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦାବି କଲେ ବିଜେଡି ନେତା

ଅର୍ଗସ ବ୍ୟୁରୋ : ବିବାଦରେ ଦୀପାଲି ଦାସ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଝାରସୁଗୁଡା ପୁର୍ବତ୍ତନ ବିଧାୟିକା ଦୀପାଳି ଦାସ କୁ ଟାର୍ଗେଟ କଲେ । ଦୀପାଲି ଙ୍କ ଅଧିନରେ  ବେଦାନ୍ତ କମ୍ପାନୀର ପାଉଶ ପରିଚାଳନା  ନେଇ ସାଧାରଣ ଲୋକ ସମେତ ବିଜେଡି ନେତା ମଧ୍ୟ ରାଗିଲେଣି । ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଜୋନ ୨ ର ଜିଲ୍ଲାପରିଷଦ ତଥା ବିଜେଡି ନେତା ଦେବନାରାୟଣ ତୀଓ୍ଵାରୀ ଦୀପାଳି ଦାସ କୁ ପାଉଶ କାରବାର ନେଇ ପ୍ରଶ୍ନ କରିବା ସହ ୫୦ ଲକ୍ଷର କ୍ଷତିପୁରଣ ମାଗିଲେ ।

ଅଧିକ ପଢନ୍ତୁ : ସାମ୍ନାକୁ ଆସିଲା ବେଦାନ୍ତ ଲିମିଟେଡର କଳାଅତୀତ

କିଛି ଦିନ ତଳେ ରାତି ଅଧିଆ ବେଦାନ୍ତର ପାଉଶ କାରାବାର ବିକେଡି ଟ୍ରାନ୍ସପୋଟ କରିବା ସମୟରେ ଜଣକର ଜୀବନ ଗଲା । କଲ୍ୟାଣୀ ଟ୍ରାନ୍ସପୋଟ ମଧ୍ୟ ବେଦାନ୍ତ ପାଉଶ ନେବା ବେଲେ ଗୋଟିଏ ପରିବାର ୨ ଜଣ ଙ୍କ ଦୁଘଟଣା ଘଟିଛି । ଏଥିପାଇ ୫୦ ଲକ୍ଷର କ୍ଷତିପୁରଣ ଉଭୟ ପରିବାକୁ ଦିଆଯାଉ ବୋଲି ଦିପାଲି ଦାସ କୁ ପ୍ରଶ୍ନ କହିଛନ୍ତି ବିଜେଡି ନେତା । ନହେଲେ ଆଗାମୀ ଦିନରେ ବେଦାନ୍ତ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି ଜିଲ୍ଲାପରିଷଦ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
former jharsuguda MLA on controversy | Argus News