Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡିରୁ ଇସ୍ତଫା ଦେଲେ ଆକାଶ ଦାସ ନାୟକ

Smruti Parija
Browse all articles by Smruti Parija
·2 years ago·1 min read
ବିଜେଡିରୁ ଇସ୍ତଫା ଦେଲେ ଆକାଶ ଦାସ ନାୟକ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ଆକାଶ ଦାସ ନାୟକ ।  ଯାଜପୁର କୋରେଇ ପୂର୍ବତନ ବିଧାୟକ ଥିଲେ ଆକାଶ ଦାସ ନାୟକ । 2014ରୁ 2019 ଯାଏ କୋରେଇର ବିଧାୟକ ଥିଲେ । ସେ 'ମୋ କଲେଜ'ର ଅଧ୍ୟକ୍ଷ ମଧ୍ୟ ଥିଲେ ଆକାଶ ଦାସ ନାୟକ । ଆତ୍ମସମ୍ମାନ ଓ କୋରେଇବାସୀଙ୍କ ସ୍ୱାଭିମାନ ପାଇଁ ଦଳ ଛାଡିଥିବା କହିଲେ ଆକାଶ । 

ସେପଟେ ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ଉତ୍ତର ଭୁବନେଶ୍ବର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ତାଙ୍କୁ ଦଳ ନିରନ୍ତର ଅବହେଳା ଅଭିଯୋଗ କରି ଥିବାରୁ ଛାଡ଼ିଲେ ଦଳ । ପ୍ରିୟଦର୍ଶୀ ଅଭିଯୋଗ କରିଛନ୍ତି ନିର୍ଦ୍ଦିଷ୍ଟ ସିଣ୍ଡିକେଟ ଦ୍ବାରା ବର୍ତ୍ତମାନ ବିଜେଡି ପରିଚାଳିତ ହେଉଛି । ଦଳର ପୁରୁଣା ଲୋକ ମାନଙ୍କୁ ବାହାର କରିବା ପାଇଁ ସେହି ସିଣ୍ଡିକେଟ ର ଲୋକମାନେ ଲାଗି ପଡିଛନ୍ତି । ସେମାନେ ଚାହୁଁ ନାହାନ୍ତି ଯେ ଦଳର ପ୍ରତିଷ୍ଠାତା ସଦସ୍ୟ ଯେଉଁ ମାନେ ଛାତ୍ର ଓ ଯୁବ ଅବସ୍ଥା ରୁ ଦଳ ପାଇଁ କାମ କରୁଛନ୍ତି ସେମାନେ ବିଜେଡିରେ ରୁହନ୍ତୁ । 

ସେହିପରି କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ବାଳ ।ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ । ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...

Sponsored
Former MLA & actor Akash Das Nayak quits BJD | Argus News