|
logo
Live

Argus News - ବିଜେଡିକୁ ମହଙ୍ଗା ପଡ଼ିବ ବରିଷ୍ଠଙ୍କୁ ଅଣଦେଖା

Odisha

ବିଜେଡିକୁ ମହଙ୍ଗା ପଡ଼ିବ ବରିଷ୍ଠଙ୍କୁ ଅଣଦେଖା

Manini Pattanayak
Browse all articles by Manini Pattanayak
·2 years ago·1 min read
ବିଜେଡିକୁ ମହଙ୍ଗା ପଡ଼ିବ ବରିଷ୍ଠଙ୍କୁ ଅଣଦେଖା

ମାଲକାଗିରି:  ବିଜେଡିକୁ ମହଙ୍ଗା ପଡ଼ିବ ବରିଷ୍ଠଙ୍କୁ ଅଣଦେଖା। ଦଳରେ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା। ବିଜେଡି ଛାଡିଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି । ମାଲକାନଗିରିରେ ବିଜୁ ଜନତା ଦଳକୁ ଶକ୍ତ ଝଟକା, ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଦଳରୁ ଇସ୍ତଫା ଦେଇଛନ୍ତି ।

ସେ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଏହାକୁ ନେଇ ଜିଲ୍ଲାରେ ଚହଳ ପଡିଛି । ୨୦୦୯ ମସିହାରେ ବିଜେଡିରେ ରହି ମାଲକାନଗିରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୋଡି। ତେବେ ଏହାପରେ ସେ ଗତ ନିର୍ବାଚନ ଅର୍ଥାତ ୨୦୧୯ରେ ମଧ୍ୟ ଦଳ ପକ୍ଷରୁ ଟିକେଟ ପାଇ ଲଢେଇ କରିଥିବା ବେଳେ ପରାଜୟ ବରଣ କରିଥିଲେ । ଦଳରେ ଅବହେଳା, ବରିଷ୍ଠ କର୍ମୀଙ୍କୁ ଅଣ ଦେଖା ଓ ଦଳୀୟ କାର୍ଯ୍ୟରେ ସାମିଲ ନକରିବା ଯୋଗୁଁ ସେ ଦଳ ଛାଡିଥିବା ସହ ଆଜି ସେ ବିଜେପିରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଜେଡିକୁ ମହଙ୍ଗା ପଡ଼ିବ ବରିଷ୍ଠଙ୍କୁ ଅଣଦେଖା | Argus News