Videos
|
Odisha

ବିଜେଡିର ସବୁ ଗୁମର ଖୋଲିଦେଲେ ସୁଜିତ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡିର ସବୁ ଗୁମର ଖୋଲିଦେଲେ ସୁଜିତ !

Key Points

  • ସୁଜିତ ଛାଡିବା ପରେ କଳାହାଣ୍ଡିରେ କମ୍ପନ
  • କେଉଁ ବିଜେଡି ନେତା ଖାଇଛନ୍ତି କୋଟି କୋଟି ଟଙ୍କା ?
  • କାହା ବଳରେ ଦୁର୍ନୀତିର ଗନ୍ତାଘର ପାଲଟିଥିଲା କଳାହାଣ୍ଡି ? 

ଅର୍ଗସ ବ୍ୟୁରୋ: ବିଜେଡି ଛାଡିଲେ ସୁଜିତ, କହିଦେଲେ ଦୁର୍ନୀତି କେମିତି ହୁଏ ଶଙ୍ଖ ଦଳରେ । ସୁଜିତଙ୍କ ବିସ୍ଫୋରକ ବୟାନକୁ ନେଇ ଏବେ କଳାହାଣ୍ଡି ରାଜନୀତିରେ ହଇଚଇ । କାରଣ କଳାହାଣ୍ଡିରେ ବ୍ୟାପକ ଦୁର୍ନୀତି କାରବାର ଚାଲିଥିବା ନେଇ ସୁଜିତ କୁମାରଙ୍କ ବିସ୍ଫୋରକ ବୟାନ ପରେ ଏବେ ଜିଲ୍ଲା ରାଜନୀତିରେ ବଡ଼ ଧରଣର ହଲଚଲ୍ ହେଲାଣି । ଏବେ ଚର୍ଚ୍ଚା, ଜିଲ୍ଲାରେ ଜମି, ଖଣି, ବାଲି, ଛତୁଆ ଆଦି ମହାଦୁର୍ନୀତି ପଛରେ କିଏ ଥିଲେ ସେହି ରାଜ୍ୟସ୍ତରୀୟ ବିଜେଡି ନେତା ? କାହାର ଆଦେଶରେ ହେଉଥିଲା କୋଟି କୋଟିର ଦୁର୍ନୀତି ? କେବେ ଖୋଲିବ ଗୁମର ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଦଳ ଓ ସାଂସଦ ପଦ ଛାଡିବା ପରେ ବିଜେଡି ଉପରେ ମନଖୋଲା ବର୍ଷିଛନ୍ତି ସୁଜିତ । ଖାଲି ବର୍ଷିଛନ୍ତି ତାହା ନୁହେଁ ବରଂ କଳାହାଣ୍ଡି ଜିଲ୍ଲାରେ ଖଣି, ଜମି, ଛତୁଆ ଓ ଟେଣ୍ଡର ଫିକ୍ସିଂ ଭଳି ଦୁର୍ନୀତିରେ ସାମିଲ ଥିଲେ କେଉଁ ବିଜେଡି ନେତା ? ବିଜେଡିର ଏମିତି କେଉଁ ରାଜ୍ୟସ୍ତରୀୟ ନେତା, ଯିଏ ଦଳର ରାଜ୍ୟସଭା ସାଂସଦଙ୍କୁ ଗୋଲାମଗିରି ପାଇଁ ବାଧ୍ୟ କରୁଥିଲେ ? କେଉଁମାନଙ୍କ ଛତ୍ରଛାୟା ତଳେ ଲୁଚି ଜିଲ୍ଲାରେ ହରିଲୁଟ୍ କରୁଥିଲେ ଅସାଧୁ ଅଫିସର ? କିଛି ଏମିତି କଥା କହି ଏବେ ଚର୍ଚ୍ଚାରେ ସୁଜିତ । ଏତିକି ନୁହେଁ ବରଂ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଭେଟି ଆଲୋଚନା କରିବାକୁ ଚାହିଁଥିଲେ ବି ସୁଯୋଗ ମିଳିନଥିଲା ବୋଲି କହିଛନ୍ତି ସୁଜିତ । 

ଯେତେବେଳେ ବିରୋଧୀ ଦଳରେ ବିଜେପି ଥିଲା ସେବେଠୁ ସ୍ପଷ୍ଟ ଭାବରେ କହିଥିଲା କି ବିଜେଡି କୋଟି କୋଟି ଦୁର୍ନୀତି କରିଛି । ହେଲେ ଶାସକ ଦଳ ସେବେ ଏହାକୁ ଗ୍ରହଣ କରିବାକୁ ନାରାଜ ଥିଲା । ଖାଲି ନାରାଜ ଥିଲା ତାହା ନୁହେଁ ବରଂ ବିରୋଧୀଙ୍କ ଅଭିଯୋଗକୁ ପ୍ରମାଣ ନାହିଁ ବୋଲି ଏଡାଇ ଦେଉଥିଲା । ଏବେ ଦଳ ଛାଡିବା ପରେ ପୂର୍ବତନ ବିଜେଡି ନେତା ଯେଉଁପରି ଦୁର୍ନୀତିର କଥା କହୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ବିଜେଡି ସରକାର ଅମଳରେ କୋଟି କୋଟି ଦୁର୍ନୀତି ହୋଇଛି । ଏପଟେ, ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ନେଇ ସେ ଏଜେଣ୍ଟ ମାଧ୍ୟମରେ ଏଠାରେ କଳା କାରବାର କରୁଥିବା ଅଭିଯୋଗ ଆଣିଛନ୍ତି ସୁଧିର। ଏନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ସୁଜିତ କୁମାର କାହିଁକି ଦୁର୍ନୀତିଗ୍ରସ୍ତଙ୍କ ସଂପର୍କରେ ପ୍ରମାଣ ଦେଉନାହାନ୍ତି ବୋଲି ପାଲଟା ପ୍ରଶ୍ନ କରିଛି ବିଜେଡି । 

ମୋଟ୍‌ ଉପରେ ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ କିଏ ? ବିଜେଡିକୁ ଆଗକୁ କିଏ କରିବେ ବାଏ ବାଏ ? ଏକାଧିକ ନାଁକୁ ନେଇ ପାୱାର କରିଡ଼ରରେ ଜୋର ଧରିଛି ଚର୍ଚ୍ଚା । ବିଜେଡିର ପରାଜୟ ଓ ଆଭ୍ୟନ୍ତରୀଣ ଅନ୍ତକନ୍ଦଳକୁ ନେଇ ନବୀନଙ୍କ ନେତୃତ୍ଵ ଉପରେ ନେତାଙ୍କ ଆଉ ଭରସା ପାଉନି । ନିର୍ଦ୍ଦିଷ୍ଟ କୋଟେରୀ ଦ୍ଵାରା ଅପମାନିତ ହୋଇ ଦଳରୁ ଅଣଦେଖା ହେଉଥିବା ନେତା ବିଜେଡି ଛାଡ଼ିବା ଆରମ୍ଭ କଲେଣି । ରାଜ୍ୟ ସଭା ସାଂସଦ ମମତା ମହନ୍ତଙ୍କ ପରେ ସୁଜିତ କୁମାର ଦଳ ଛାଡ଼ିବା ବିଜେଡି ପାଇଁ ଅଧିକ ଅଡୁଆ ବଢାଇଛି। ଚର୍ଚ୍ଚା ହେଉଛି ଆଗକୁ ଆହୁରି ଅନେକ ନେତା ମଧ୍ୟ ବିଜେଡ଼ି ଛାଡି ପାରନ୍ତି । ଆଉ ଏହାରି ଭିତରେ ବିଜେପି ସାଂସଦ ମମତା ମହାନ୍ତଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ମମତା କହିଛନ୍ତି, ଏକଛତ୍ରବାଦ ଶାସନ ଯୋଗୁ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି ଆଗକୁ ଆହୁରି ସାଂସଦ ଦଳ ଛାଡ଼ିପାରନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: