Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

naxal marriage / ବନ୍ଧ୍ୟାକରଣର ଶିକାର ହୋଇଥିଲେ, ଏବେ ବାହା ହେଲେ ୧୦ ନକ୍ସଲ ଯୋଡ଼ି

Bikash Mohanty
Browse all articles by Bikash Mohanty
·5 months ago·2 min read
ବନ୍ଧ୍ୟାକରଣର ଶିକାର ହୋଇଥିଲେ, ଏବେ ବାହା ହେଲେ ୧୦ ନକ୍ସଲ ଯୋଡ଼ି
naxal

Key Points

ବିବାହ ବନ୍ଧନରେ ୧୦ ନକ୍ସଲ ଯୋଡ଼ି
ନକ୍ସଲ ସଂଗଠନରେ ଥିବା ସମୟରେ ବନ୍ଧ୍ୟାକରଣର ଶିକାର ହୋଇଥିଲେ
ଆତ୍ମସମର୍ପଣ ପରେ ବିବାହ ବନ୍ଧନରେ ବାନ୍ଧି ହେଲେ

ନକ୍ସଲ ସଂଗଠନରେ ଥିବା ସମୟରେ ବନ୍ଧ୍ୟାକରଣର ଶିକାର ହୋଇଥିଲେ। କିନ୍ତୁ ଆତ୍ମସମର୍ପଣ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୧୦ ନକ୍ସଲ ଯୋଡ଼ି। ସୀମାନ୍ତ ଛତିଶଗଡ଼ରେ କନ୍ୟା ବିବାହ ଯୋଜନାରେ ଆୟୋଜିତ ସାମୂହିକ ବିବାହ କାର୍ଯ୍ୟକ୍ରମରେ ଜୀବନସାଥୀଙ୍କୁ ଆପଣାଇବା ପରେ ବନ୍ଧ୍ୟାକରଣ ଦୂର ଦିଗରେ ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

ଛତିଶଗଡ଼ ମାଓ ମୁକ୍ତ ହେବାରେ ଲାଗିଥିବାରୁ ବହୁ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ‌ନକ୍ସଲ ସଂଗଠନରେ ବିବାହ ସମ୍ପୂର୍ଣ୍ଣ ମନା ଥିବାରୁ ଜବରଦସ୍ତ ବନ୍ଧ୍ୟାକରଣ କରାଯାଉଥିଲା। ଫଳରେ ଯଦି ବି ଜଙ୍ଗଲରେ ପୁରୁଷ ଓ ମହିଳା ନକ୍ସଲ ମଧ୍ୟରେ ସଂପର୍କ ସ୍ଥାପନ ହୁଏ ତେବେ ମହିଳା ନକ୍ସଲ ସନ୍ତାନ ଜନ୍ମ କରିପାରିବେ ନାହିଁ। ନକ୍ସଲ ସଂଗଠନର ଫତୁଆକୁ ଡରି ବହୁ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇ ନ ଥିଲେ। ଆତ୍ମସମର୍ପଣ ପ୍ରକ୍ରିୟା ପରେ ଛତିଶଗଡ଼ ସରକାରଙ୍କ କନ୍ୟା ବିବାହ ଯୋଜନାରେ ସୁକମା, ବସ୍ତର, ବିଜାପୁର ଓ ଗରିଆବନ୍ଧ ଜିଲ୍ଲାରେ ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ। ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଆଭାସୀ ମାଧ୍ୟମରେ ସମସ୍ତ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।
 
  ସେପଟେ ଛତିଶଗଡ଼ରେ ଶେଷ ନିଶ୍ବାସ ନେଉଛି ମାଓ ବାଦ। ଛତିଶଗଡ଼ ବିଜାପୁରରେ ମାଓ ବିରୋଧୀ ଅପରେସନକୁ ମିଳିଛି ବଡ ସଫଳତା। ଶୀର୍ଷ ନକ୍ସଲ କମାଣ୍ଡର ପାପା ରାଓ ଏନକାଉଣ୍ଟରରେ ନିହତ ହୋଇଛି । ହିଡମାର ମୃତ୍ୟୁ ପରେ, ନକ୍ସଲ କମାଣ୍ଡର ପାପା ରାଓକୁ ନିପାତ କରି ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି । ଏନକାଉଣ୍ଟରରେ ଆଉ ଜଣେ ନକ୍ସଲ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି ।

ଘଟଣାସ୍ଥଳରୁ ଦୁଇଟି AK47 ରାଇଫଲ ମଧ୍ୟ ଉଦ୍ଧାର କରିଛନ୍ତି ସୁରକ୍ଷା କର୍ମୀ । ନକ୍ସଲ କମାଣ୍ଡର ପାପା ରାଓ ଛତିଶଗଡ଼ର ବସ୍ତର ଅଞ୍ଚଳରେ, ବିଶେଷକରି ବିଜାପୁର ଏବଂ ସୁକମା ଅଞ୍ଚଳରେ ସକ୍ରିୟ ଥିଲା । ପୋଲିସ ଅଧିକ୍ଷକ ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ଏନକାଉଣ୍ଟର ଜାରି ରହିଛି। ପାପା ରାଓ ଭୈରମଗଡ଼ ପଶ୍ଚିମ ବସ୍ତର କ୍ଷେତ୍ର କମିଟି ସହିତ ଜଡିତ ଆକ୍ରମଣରେ ସାମିଲ ଥିଲା ।
 ଗତ ଜାନୁଆରୀ ମାସରେ  ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇଟି ପୃଥକ ଏନକାଉଣ୍ଟର ହୋଇଥିଲା।ଏହି ଏନକାଉଣ୍ଟରରେ  14 ମାଓବାଦୀ ନିହତ ହୋଇଛନ୍ତି।  ନିହତ ୧୪ ମାଓବାଦୀଙ୍କ ମଧ୍ୟରୁ ସୁକମାରେ ୧୨ ଜଣ ଏବଂ ବିଜାପୁରରେ ଦୁଇଜଣ ନିହତ ହୋଇଥିଲେ।  ଗତ ବର୍ଷ, ରାଜ୍ୟରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ମୋଟ 285 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। 
ଏଥିସହ ପଢ଼ନ୍ତୁ: 
ନକ୍ସଲମୁକ୍ତ ଓଡ଼ିଶା ପାଇଁ ନୂଆ ରୋଡମ୍ୟାପ୍, ମୁଣ୍ଡଜାମିନ ପୁରସ୍କାର ରାଶି ଅତ୍ୟଧିକ ବୃଦ୍ଧି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
naxal marriage | 10 Former Naxals Marry After Surrender | Sterilization During Insurgency | Argus News