କାହା ପ୍ରରୋଚନାରେ ନବଙ୍କ ସାର୍ଟ ପୋଡିଥିଲା ଆପୋଲୋ ? କ'ଣ କରୁଥିଲା କ୍ରାଇମବ୍ରାଞ୍ଚ ?

Key Points
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଯାହା ଚମକାଇଦେଲା ଭଳି । ନବ ଦାସ ବସିଥିବା ଗାଡିରେ ଗନସର୍ଟର ଚିହ୍ନ ନାହିଁ । ନବଙ୍କ ରକ୍ତଭିଜା ସାର୍ଟ ଗାଏବ୍ ।
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଯାହା ଚମକାଇଦେଲା ଭଳି । ନବ ଦାସ ବସିଥିବା ଗାଡିରେ ଗନସର୍ଟର ଚିହ୍ନ ନାହିଁ । ନବଙ୍କ ରକ୍ତଭିଜା ସାର୍ଟ ଗାଏବ୍ । ରକ୍ତ ଲାଗିଥିବା ଟାୱେଲର ବି ପତ୍ତା ନାହିଁ । ନବ ଦାସଙ୍କ ଛାତିରେ ବାଜିଥିବା ଗୁଳି ବି ମିଳୁନାହିଁ । ଏପରିକି ନବଙ୍କ ରକ୍ତଭିଜା ସାର୍ଟକୁ ପୋଡିଦିଆଯାଇଛି । ଯାହା ପ୍ରମାଣ କରୁଛି ଯେ ଏ ହତ୍ୟା ପଛରେ ହୋଇଥିଲା କି ବଡ ଷଡଯନ୍ତ୍ର ? ଜାଣିସୁଣି ଗୋଟି ଗୋଟି ପ୍ରମାଣ କରାଯାଇଥିଲା କି ନଷ୍ଟ ?
ଏବେ ନବଙ୍କ ରକ୍ତଭିଜା ସାର୍ଟକୁ ପୋଡିଦେଇଥିବା ଘଟଣାରେ ଆଉ ଏକ ଟ୍ୱିଷ୍ଟ୍ । ସେଦିନ ଥିଲା 19 ନଭେମ୍ବର, 2022 । ରାଜ୍ୟରେ ହଟିଥିଲା କୋଭିଡ କଟକଣା । 29 ଜାନୁୟାରୀରେ ନବଙ୍କୁ ଗୁଳିମାଡ ପରେ ଅଣାଯାଇଥିଲା ଆପୋଲୋ । ତେବେ କେଉଁ ଗାଇଡଲାଇନ ଆଧାରରେ ଆପୋଲୋ କର୍ତ୍ତୃପକ୍ଷ ପୋଡ଼ିଦେଲେ ସାର୍ଟ ? କ୍ରାଇମବ୍ରାଞ୍ଚ ଅଧିକାରୀ କାହିଁକି ସାର୍ଟକୁ କଲେନାହିଁ ଜବତ ? ମର୍ଡର କେସ୍ରେ ସାର୍ଟ ପୋଡ଼ିଦେବା ପ୍ରମାଣ ନଷ୍ଟ ନୁହେଁ କି ? ଆପୋଲୋ ହସ୍ପିଟାଲ ବିରୋଧରେ ହୋଇଛି କି ମାମଲା ରୁଜୁ ସେ ନେଇ ଉଠିଲା ପ୍ରଶ୍ନ । ଏପରିକି କ୍ରାଇମବ୍ରଞ୍ଚକୁ ନଜଣାଇ ପୋଡିଦେଇଥିବାର ଆସିଲା ଅଭିଯୋଗ । କ୍ରାଇମବ୍ରାଞ୍ଚ ଏସଂପର୍କରେ କୋର୍ଟକୁ ଅବଗତ କରାଇଥିବାନେଇ ମଧ୍ୟ ଖବର ଆସୁଛି ।
📱 Get Argus News App
✨ଏହି ଘଟଣାକୁ ନେଇ ଏବେ ସନ୍ଦେହରେ ଆପୋଲୋ ହସପିଟାଲ ଓ କ୍ରାଇମବ୍ରାଞ୍ଚ । କାରଣ, ପୋଷ୍ଟମର୍ଟମ ସମୟରେ କାହିଁକି ନଥିଲା ନବଙ୍କ ସାର୍ଟ ? ଷଡ଼ଯନ୍ତ୍ରକାରୀକୁ ଖସାଇବା ପାଇଁ କିଏ କରିଥିଲା ଚକ୍ରାନ୍ତ ? ପୋଲିସ କେସ୍ରେ ଗାଇଡଲାଇନ କାହିଁକି ପାଳନ କଲେନାହିଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ? ଏମିତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
କେମିତି ବଦଳିଲା ସାକ୍ଷୀଙ୍କ ସାର୍ଟ ରଙ୍ଗ ? ଗୋପାଳକୁ ଖସାଇବାକୁ ହୋଇଛି କି ଷଡ଼ଯନ୍ତ୍ର ?