ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ବିସ୍ପୋରକ ବୟାନ

Key Points
- ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ବିସ୍ପୋରକ ବୟାନ
- କହିଲେ ପାଦ ନଛୁଇଁବାରୁ ରାଗ ରଖିଥିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ
- ସୁଜିତଙ୍କୁ ରାଜ୍ୟସଭାରୁ କାଢିଦେବାକୁ ଧମକ ଦେଇଥିଲେ ପ୍ରଣବ ପ୍ରକାଶ
- ସାଂସଦ ପାଣ୍ଠିରୁ ଯାଜପୁରକୁ ଟଙ୍କା ନଦେବାରୁ ଖପ୍ପା ଥିଲେ ବବି ଦାସ
- ମମିତା ମେହେର ହତ୍ୟା ମାମଲାରେ ବି ବିଜେଡିକୁ ଘେରିଲେ ସୁଜିତ କୁମାର
- ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସର ଭୁକ୍ତ ନକରି ସୁରକ୍ଷା ଦେଇଥିଲେ ନବୀନ ସରକାର
ଅର୍ଗସ ବ୍ୟୁରୋ: ବବିଙ୍କ ପ୍ରତି ଆନୁଗତ୍ୟ ନଦେଖାଇଲେ ବିଜେଡି ନେତାଙ୍କୁ କରିଦିଆଯାଉଥିଲା ଏକଘରିକିଆ। ତାଙ୍କ ପାଦନୁଇଁଲେ ନେତାଙ୍କୁ କରାଯାଉଥିଲା ଅପମାନିତ। ପାଦ ଛୁଉଁନଥିଲେ ବୋଲି ପ୍ରଣବ ପ୍ରକାଶଙ୍କ କ୍ରୋଧର ଶିକାର ହୋଇଥିଲେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର। ନିର୍ବାଚନ ଫଳ ବାହାରିବାର ୧୫ ଦିନ ଭିତରେ ସୁଜିତଙ୍କୁ ରାଜ୍ୟସଭାରୁ ତଡ଼ିଦିଆଯିବ ବୋଲି ଧମକାଇଥିଲେ ବବିଦାସ। ଅର୍ଗସକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ଏହି ବିସ୍ଫୋରକ ଖୁଲାସା କରିଛନ୍ତି ସୁଜିତ।
ଖାଲି ସେତିକି ନୁହେଁ ନିଜ ସାସଦ ପାଣ୍ଠି ଯାଜପୁରରେ ଖର୍ଚ୍ଚ କରିବାକୁ ବବି ସୁଜିତଙ୍କ ଉପରେ ପକାଉଥିଲେ ଚାପ। ଏମପି ଲ୍ୟାଡରୁ ପ୍ରଥମ ବର୍ଷ ୨୫ ଲକ୍ଷ ଟଙ୍କା ଯାଜପୁରକୁ ଦେବା ପରେ ଆଉ ଦେଇନଥିଲେ ସୁଜିତ କୁମାର। ସେଥିପାଇଁ ତାଙ୍କୁ ପ୍ରଣବ ପ୍ରକାଶ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି ସୁଜିତ।
ମମିତା ମେହେର ହତ୍ୟା ମାମଲାରେ ପୂର୍ବ ବିଜେଡି ସରକାରର ଧଜ୍ଜିୟା ଉଡାଇଛନ୍ତି ସୁଜିତ କୁମାର। ସିଧାସିଧା କହିଛନ୍ତି ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସର ଭୂକ୍ତ ନକରି ସୁରକ୍ଷା ଦେଇଥିଲେ ନବୀନ ପଟ୍ଟନାୟକ। ଏହାକୁ ନେଇ କଳାହାଣ୍ଡିବାସୀଙ୍କ ମଧ୍ୟରେ ରହିଛି ତୀବ୍ର ଅସନ୍ତୋଷ ।
ନିକଟରେ ବିଜେଡି ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ସୁଜୁତ କୁମାର। ବିଜେଡି ସରକାରରେ କଳାହାଣ୍ଡି ଜିଲ୍ଲାରେ ବ୍ୟାପକ ଲୁଟ୍ ଦୁର୍ନୀତି ହୋଇଥିବା କହି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲେ ସୁଜିତ। ପୂର୍ବରୁ ବିଜେଡି ଛାଡ଼ିଥିବା ଅନ୍ୟତମ ରାଜ୍ୟସଭା ସାଂସଦ ମମତା ମହାନ୍ତ ମଧ୍ୟ ବବି ଦାସଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ତାଙ୍କୁ ମଧ୍ୟ ନିଜ ସାସଦ ପାଣ୍ଠି ଯାଜପୁରରେ ଖର୍ଚ୍ଚ କରିବାକୁ ପ୍ରଣବ ପ୍ରକାଶ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ କରିଥିଲେ ମମତା।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...