Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଦୁର୍ଘଟଣାରେ ପୂର୍ବତନ ରାଜସ୍ବ କର୍ମଚାରୀଙ୍କ ମୃତ୍ୟୁ

Odisha

ଦୁର୍ଘଟଣାରେ ପୂର୍ବତନ ରାଜସ୍ବ କର୍ମଚାରୀଙ୍କ ମୃତ୍ୟୁ

Arpita Mohanty
Browse all articles by Arpita Mohanty
·2 years ago·1 min read
ଦୁର୍ଘଟଣାରେ ପୂର୍ବତନ ରାଜସ୍ବ କର୍ମଚାରୀଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ଜଡ଼ାପାଳ ନିକଟରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣାରେ ପୂର୍ବତନ ରାଜସ୍ବ କର୍ମଚାରୀଙ୍କ ମୃତ୍ୟୁ। ସ୍କୁଟିକୁ ଘୋଷାଡି ନେଇ ଚାପିଦେଲା କାର। ଘଟଣା ସ୍ଥଳରେ ହିଁ ପୂର୍ବତନ ରାଜସ୍ବ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକ କାମାକ୍ଷାନଗର ଥାନା ଇନ୍ଦିପୁର ଗାଁର ହରମୋହନ ବିଶ୍ୱାଳ। ହରମୋହନ ନିଜ ସ୍କୁଟି ଯୋଗେ କାଦୁଆ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ପତାକା ଉତ୍ତୋଳନ ସାରି ଘରକୁ ଫେରୁଥିବା ବେଳେ କାମାକ୍ଷାନଗରରୁ ଢେଙ୍କାନାଳ ଆଡକୁ ଯାଉଥିବା ଏକ କାର ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ହରମୋହନଙ୍କ ମୃତ୍ୟୁ ହୋଇଥିଲା। 

ତେବେ ଘଟଣା ଏତେ ଭୟଙ୍କର ଥିଲା ଯେ ପୂର୍ବତନ ରାଜସ୍ବ କର୍ମଚାରୀଙ୍କୁ କାର ଧକ୍କା ଦେଇ ରାସ୍ତା କଡରେ ଥିବା ଏକ କାନ୍ଥ ଉପରେ ଚାପି ଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହିତ ମୃତ ଦେହ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି। ସେପଟେ ହରମୋହନଙ୍କ ମୃତ୍ୟୁକୁ ନେଇ କାମାକ୍ଷାନଗର ମେଡିକାଲ ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ମେଡିକାଲ ପରିସରରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ,ତହସିଲଦାର ପ୍ରିୟବ୍ରତ ଦାସ ଓ ନଗରପାଳ ଧର୍ମାନନ୍ଦ ପରିଡା, କାମାକ୍ଷା ନଗର ଓକିଲ ସଙ୍ଘ ସଭାପତି ଧର୍ମାନନ୍ଦମଲ୍ଲିକ ପହଞ୍ଚି ଶ୍ରୀ ବିଶ୍ୱାଳଙ୍କ ଶେଷ ଦର୍ଶନ କରିଛନ୍ତି।

ଅଧକ ପଢ଼ନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
accident | Argus News