Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ

Odisha

ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ

Ritu Das
Browse all articles by Ritu Das
·2 years ago
ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ

ଅର୍ଗସ ବ୍ୟୁରୋ: ପୁରୀର ପୂର୍ବତନ ବିଧାୟକ ଆଇନମନ୍ତ୍ରୀ ତଥା ବାଚସ୍ପତି ମହେଶ୍ବର ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି। ଗତ 31 ତାରିଖରେ ତିନିତିନୋଟି କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଯିବାପରେ ମହେଶ୍ବର ତାଙ୍କ ଶରୀରରେ ହଠାତ ଅସୁସ୍ଥ ଅନୁଭବ କଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି ଓ ତାଙ୍କର ମାଇଲଡ୍ ବ୍ରେନ ଷ୍ଟ୍ରୋକ ହୋଇଥିବା ସୂଚନା ମିଳୁଛି। 

ତେବେ ବର୍ତ୍ତମାନ ମହେଶ୍ବର ମହାନ୍ତି ଭେଣ୍ଟିଲେଟରରୁ ବାହାରିଛନ୍ତି ଓ ଆଇସିୟୁରେ ଚିକିତ୍ସିତ ହେଉଥିବା କଥା ତାଙ୍କ ସହଯୋଗୀ ତଥା ନିକଟତର କର୍ମୀ ମାନେ କହିଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଅଧିକ ଚିକିତ୍ସା ପାଇଁ ସେ ହାଇଦ୍ରାବାଦ ଯାଇପାରନ୍ତି ବୋଲି ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Former Speaker | Argus News