Videos
|
Odisha

ଅସ୍ଥାୟୀ ପୋଲ ଉପରେ ଚାରି ଫୁଟ ଉଚ୍ଚର ବନ୍ୟାଜଳ

Ritu Das
Browse all articles by Ritu Das
·2 years ago·1 min read
ଅସ୍ଥାୟୀ ପୋଲ ଉପରେ ଚାରି ଫୁଟ ଉଚ୍ଚର ବନ୍ୟାଜଳ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ତୁରୀ ନଦୀର ଅସ୍ଥାୟୀ ପୋଲରେ ଦୁଇ ଫୁଟ ଉଚ୍ଚର ପାଣି । ତୁରୀ ନଦୀ ଉପରେ ପୋଲ କାମ ଚାଲୁ ରହିଥିବା ବେଳେ ସେହି ପାର୍ଶ୍ଵ ଦେଇ ଯାନବାହାନ ଚଳାଚଳ ପାଇଁ ଏକ ଅସ୍ଥାୟୀ ପୋଲ  ରହିଛି । ତେବେ ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହୁଥିବାରୁ ଏହି ଅସ୍ଥାୟୀ  ପୋଲ ଉପରେ ବର୍ତ୍ତମାନ ପ୍ରାୟ ୪ ଫୁଟ ଉଚ୍ଚର ଜଳ ପ୍ରବାହିତ ହେଉଛି। ଫଳରେ ରାସ୍ତାର ଅପରପାର୍ଶ୍ୱରେ ଥିବା ୫ଟି ବ୍ଲକ ସହ ଉକ୍ତ ରାସ୍ତା ଦେଇ ନବରଙ୍ଗପୁର କୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି। 

ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଛି  ଶହ ଶହ ଗାଡି। ବ୍ରିଜର ଅପରପାର୍ଶ୍ଵରେ ଥିବା ଜିଲ୍ଲାର ୫ଟି ବ୍ଲକ ଡାବୁଗାଁ , ଉମରକୋଟ, ଝରିଗାଁ , ରାଇଘର ଓ ଚନ୍ଦହାଣ୍ଡି ବ୍ଲକକୁ ସଂଯୋଗ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟସ୍ତବହୁଳ ମାର୍ଗ ରହୁଥିବାରୁ ବର୍ଷା  ପୋଲରେ ବନ୍ୟା ଜଳ ପ୍ରବାହିତ ହେଲେ ଭବିଷ୍ୟତରେ ଯେଭଳି ଲୋକେ ହଇରାଣ ନ ହୁଅନ୍ତି ତଥା ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ   ଜିଲ୍ଲାପାଳ ସତର୍କତା ମୂଳକ ମାର୍ଗଦର୍ଶିକା ଜାରି କରି ଦୁଇ ଚକିଆ ଯାନ ଗୁଡିକ ଘାଟଗୁଡା ରୁ ବାସିନୀ - ମୋକିଆ- ପାପଡାହାଣ୍ଡି ଦେଇ ଯାତାୟାତ କରିବା ସହ ଚାରି ଚକିଆ ଓ ଭାରିଯାନ ପାଇଁ ସୁନାଡଙ୍ଗରି - ମିଞ୍ଜା - ତୁମ୍ବରଲାରୁ ପାପଡାହାଣ୍ଡି ଦେଇ ଚଳାଚଳ କରିବା ପାଇଁ ସୂଚନା ଜାରି କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
four feet | Argus News