Videos
|
Odisha

ବ୍ରାହ୍ମଣୀ ଆଁରେ ଦିନିଆରୀ, ଗିଳି ସାରିଲାଣି ୪ଶହ ଏକର ଚାଷ ଜମି 

Manini Pattanayak
Browse all articles by Manini Pattanayak
·2 years ago·2 min read
ବ୍ରାହ୍ମଣୀ ଆଁରେ ଦିନିଆରୀ, ଗିଳି ସାରିଲାଣି ୪ଶହ ଏକର ଚାଷ ଜମି 

କେନ୍ଦ୍ରାପଡା: ଗାଁ ଆଡକୁ ମାଡି ଆସୁଛି ବ୍ରହ୍ମଣୀ ନଦୀ, ଆଶା ଆଶଙ୍କାରେ ଜୀବନ ବିତାଉଛନ୍ତି କୋଳଢିହ ପଞ୍ଚାୟତ ର ଦିନିଆରି ଗାଁ ର ୭0ପରିବାର l ଗାଁ ଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ବ୍ରାହ୍ମଣୀ ନଦୀ l ନଦୀରେ ଲୀନ ହେଲାଣି ଚାରି ଶହ ଏକର ଚାଷ ଜମି l ତୁରନ୍ତ ପଥର ପ୍ୟାକିଙ୍ଗ ନ କରାଗଲେ ଆନ୍ଦୋଳନ କୁ ଓହ୍ଲାଇବା କୁ ଚେତାବନୀ ଦେଲେ ଗାଁ ଲୋକମାନେ l 
 ଏ ହେଉଛି କେନ୍ଦ୍ରାପଡା ଜିଲ୍ଳା ଆଳି ଵ୍ଳକ ର କୋଳିଢିଆ ପଞ୍ଚାୟତ ଦିନିଆରୀ ଗାଁ ର ଦୃଶ୍ୟ ।

ଘର ପାଖକୁ ମାଡିଆସିଲାଣି ବ୍ରାହ୍ମଣୀ । ଗିଳି ସାରିଲାଣି ୪ଶହ ଏକର ଚାଷ ଜମି । ନଦୀ ପାଇଁ ଏବେ ଭୟରେ ସ୍ଥାନୀୟ ଲୋକେ। କାରଣ ଗାଁ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି ବ୍ରାହ୍ମଣୀ ନଦୀ । ନଦୀ ଧିରେ ଧିରେ କୂଳ ଲଙ୍ଘୁଛି। ଏବଂ ନଦୀ ଗର୍ଭରେ ଲୀନ ହୋଇଗଲାଣି ଚାରିଶହ ଏକର ଚାଷ ଜମି। କେତେବେଳେ ଯେ ଗାଁ ହଜି ଯିବ ଏବେ ସେ ଭୟରେ ଅଞ୍ଚଳବାସୀ । ନଦୀର ଉଗ୍ରରୂପ ଦେଖି, ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।  ଗାଁର ଅଧିକାଂସ ଲୋକ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରନ୍ତି। ମାତ୍ର ଏବେ ଏହି ନଦୀ ପାଲଟିଛି ଚିନ୍ତାର କାରଣ।  

ନଦୀ ଜଳସ୍ତର ଦିନକୁ ଦିନଦିନ ଵଢି ଚାଲିଛି।  ଏଭଳି ପରିସ୍ଥିତିରେ ଉପର ଅଧିକାରି ମାନଙ୍କ ପାଖରେ ଵାରମ୍ଭର ଅଭିଯୋର କରିଥିଲେ ମଧ୍ୟ କୈଣସି ସୁଫଳ ମିଳୁନି। ଏପଟେ ନଦୀର ଜଳସ୍ତର ଦିନକୁ ଦିନ ଵଢି ଵଢି ଚାଲିଛି।  ଗାଁ ସୁରକ୍ଷା ପାଇଁ ଯଦି କୈଣସି ପଦକ୍ଷେପ ନିଆନଯାଏ ତେଵେ ଏହା ଆଗାମୀ ଦିନରେ ଆନ୍ଦୋଳନ ରୁପ ନେଵ ଵୋଲି ଚେତାଵାନି ଦେଇଛନ୍ତି ଅଞ୍ଚଳଵାସି ।ନଦୀ କୂଳିଆ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେତୁ ଓ ରାସ୍ତା ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଵା ଵେଳେ । ଏହି ନଦୀକୂଳିଆ ଗାଁ ଏବେ ଅସୁରକ୍ଷିତ। ଜୀବିକା ସହ ଜୀବନ ମଧ୍ୟ ଏବେ ବିପଦରେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Four hundred acres of farmland has been submerged in the river. Villagers have warned the movement to come down if stone packing is not done immediately. | Argus News