ବିଭିନ୍ନ ସ୍ଥାନରେ ବଜ୍ରପାତ: 4 ମୃତ, 4 ଗୁରୁତର

ଅର୍ଗସ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛି । ନୂଆପଡ଼ା ଖଡ଼ିଆଳ କିରିକିଟାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ବାହାରକୁ ଶୌଚ ପାଇଁ ଯାଇଥିବାବେଳେ ମାରିଲା ବଜ୍ର ।
ନୟାଗଡ଼ ଖଣ୍ଡପଡ଼ା ବ୍ଲକ ବଳଭଦ୍ରପ୍ରସାଦ ଗଉଡ଼ପାଟଣା ଗାଁରେ ବଜ୍ରପାତ ହୋଇଛି । ବଜ୍ରାପାତରେ 50 ବର୍ଷୀୟ ସୁକାନ୍ତୀ ବେହେରାଙ୍କ ମୃତ୍ୟୁ ହୋଇଛି । ଆମ୍ବତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରପାତ ହୋଇଛି । କାମାକ୍ଷାନଗର ଅଞ୍ଚଳରେ ବଜ୍ରପାତରେ ଫାଇନାନ୍ସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ 2 ଗୁରୁତର ହୋଇଛନ୍ତି ।
ସେହିପରି ରେଙ୍ଗାଳି ବାମପାର୍ଶ୍ଵ କେନାଲ ବାଘୁଆ ଗାଁ ପାଖରେ ବଜ୍ରାଘାତରେ ଟଳିପଡ଼ିଲେ । କରଞ୍ଜିଆ ଅଞ୍ଚଳରେ ବଜ୍ରପାତରେ ନାବାଳିକା ଝିଅ ମୃତ, ବାପା-ମା' ଗୁରୁତର ହୋଇଛନ୍ତି । ଠାକୁରମୁଣ୍ଡା ବ୍ଲକ ମହୁଲଡିହା କୁଇଲିପାଳ ଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ବାପା-ମା' ଠାକୁରମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...
