Videos
|
Odisha

ଦାଦନ ଯନ୍ତ୍ରଣା; ପୁଣି ସାମ୍ନାକୁ ଆସିଲା ନିର୍ଯାତନାର କାହାଣୀ

Smruti Parija
Browse all articles by Smruti Parija
·2 years ago·1 min read
ଦାଦନ ଯନ୍ତ୍ରଣା; ପୁଣି ସାମ୍ନାକୁ ଆସିଲା ନିର୍ଯାତନାର କାହାଣୀ

ବଲାଙ୍ଗୀର: ପେଟ ପୋଷିବାକୁ ଭିଟାମାଟି ଛାଡ଼ି ପଡ଼ୋଶୀ ରାଜ୍ୟକୁ ଯାଇଥିଲେ । ଆଉ ସେଠାରେ ନିର୍ଯାତିତ ହେବା ପରେ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି ଏ 4 ଓଡ଼ିଆ । ହାଇଦ୍ରାବାଦ ଏଲାମପାଲିରେ ଇଟାଭାଟିରେ କାମ କରୁଛନ୍ତି ଏହି 4 ଓଡ଼ିଆ । ଏମାନଙ୍କ ଅସହାୟତାର ସୁଯୋଗ ନେଇ ରାତି ଦିନ ଖଟାଉଛି ଭାଟି ମାଲିକ । ପାରିଶ୍ରମିକ ତ ଦୂରର କଥା ଠିକ୍ ଭାବେ ଖାଇବାକୁ ବି ମିଳୁନାହିଁ । 

ଏମାନଙ୍କ ଘର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ପଞ୍ଚାୟତରେ। ଏବେ ଗାଁ ଲୋକଙ୍କୁ ଭିଡିଓ ପଠାଇ ନିଜ ନିର୍ଯାତନାର କାହାଣୀ ବଖାଣିଛନ୍ତି, ଉଦ୍ଧାର କରିବାକୁ କରିଛନ୍ତି ଆକୁଳ ନିବେଦନ। 

ରାଜ୍ୟର ବିଭିନ୍ନ ସ୍ଥାନରୁ ଦିନ ପ୍ରତିଦିନ ସାମ୍ନାକୁ ଆସୁଛି ଦାଦନ ଦୁର୍ଦ୍ଦଶାର କାହାଣୀ। ଗତ 3 ମାସ ଭିତରେ କେବଳ ବଲାଙ୍ଗିର ଜିଲ୍ଲାରୁ 800ରୁ ଅଧିକ ନାବାଳକ ନାବାଳିକା ଦାଦନ ଖଟିବାକୁ ଯାଇଛନ୍ତି। ଜିଲ୍ଲାର ୧୪ରୁ ୧୧ଟି ବ୍ଲକରୁ ହଜାର ହଜାର ଲୋକ ପେଟ ପାଇଁ ଭିଟାମାଟି ଛାଡ଼ି ବାହାର ରାଜ୍ୟରେ ଦୁର୍ଦ୍ଦଶା ଭୋଗୁଛନ୍ତି । ଏପଟେ ଅପାରଗତା ଲୁଚାଇବାକୁ ମିଛ ପ୍ରଚାରରେ ବ୍ୟସ୍ତ ରାଜ୍ୟରେ 24 ବର୍ଷ ଧରି କ୍ଷମତାସୀନ ବିଜେଡି ସରକାର ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
four-migrated-odia-people-in-hyderabad-request-for-help | Argus News