Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାସପୋର୍ଟ ବନାଇବା ପାଇଁ ନେଉଛନ୍ତି ହଜାର ହଜାର ଟଙ୍କା; 2 ଦଲାଲଙ୍କୁ ବାନ୍ଧିଲା ପୋଲିସ

Odisha

ପାସପୋର୍ଟ ବନାଇବା ପାଇଁ ନେଉଛନ୍ତି ହଜାର ହଜାର ଟଙ୍କା; 2 ଦଲାଲଙ୍କୁ ବାନ୍ଧିଲା ପୋଲିସ

Smruti Parija
Browse all articles by Smruti Parija
·1 year ago
ପାସପୋର୍ଟ ବନାଇବା ପାଇଁ ନେଉଛନ୍ତି ହଜାର ହଜାର ଟଙ୍କା; 2 ଦଲାଲଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର:  ଭୁବନେଶ୍ୱର ପାସପୋର୍ଟ ଅଫିସ୍ ରେ ଦଲାଲ ସକ୍ରିୟ । ପାସପୋର୍ଟ ବାନାଇବା ବାହାନାରେ ଲୋକଙ୍କୁ ଠକୁଛନ୍ତି । ଏନେଇ ଖବର ପାଇବା ପରେ ନୟାପଲ୍ଲୀ ଥାନା ପୋଲିସ ଗଠନ କରିଥିଲା ସ୍ଵତନ୍ତ୍ର ଟିମ୍ । ପରବର୍ତ୍ତୀ ସମୟରେ ଦୁଇଜଣ ଠକେଇ ଶିକାର ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ ହୋଇଥିଲା । ଟଙ୍କା ନେଇଥିଲେ ଦଲାଲ ପାସପୋର୍ଟ ବନାଇବା ପାଇଁ । ହେଲେ ନା ପାସପୋର୍ଟ ବନାଉନଥିଲେ ନା ଟଙ୍କା ଫେରାଉଥିଲେ । ମାମଲାର ତଦନ୍ତ କରି ସନ୍ତୋଷ ସ୍ୱାଇଁ, ଟିକିନା ସୁବୁଦ୍ଧି ନାମକ ଦୁଇ ଦଲାଲଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏମାନେ ଜଣଙ୍କ ଠାରୁ 8000 ଟଙ୍କା ନେଇଥିବାବେଳେ ଆଉ ଜଣଙ୍କ ଠାରୁ 3500 ଟଙ୍କା ନେଇଥିଲେ ।  

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
fraud-in-bhubaneswar-passport-office-two-arrested | Argus News