Videos
|
Odisha

ବିଜେଡି ଶାସନ କାଳରେ କ୍ରୀଡ଼ା ବିକାଶ ଡିଣ୍ଡିମର ଖୋଲିଲା ପୋଲ୍

Smruti Parija
Browse all articles by Smruti Parija
·2 years ago·2 min read
ବିଜେଡି ଶାସନ କାଳରେ କ୍ରୀଡ଼ା ବିକାଶ ଡିଣ୍ଡିମର ଖୋଲିଲା ପୋଲ୍

Key Points

  • ବିଜେଡି ଶାସନ କାଳରେ କ୍ରୀଡ଼ା ବିକାଶ ଡିଣ୍ଡିମର ଖୋଲିଲା ପୋଲ୍
  • ଆକ୍ସନ୍ ମୁଡରେ ମୋହନ ସରକାର
  • କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣରେ ବଡ଼ ଦୁର୍ନୀତିର ହେବ ପର୍ଦ୍ଦାଫାସ୍ 
  • ଅଭିଯୋଗର ୨୪ ଘଣ୍ଟା ଭିତରେ ଷ୍ଟାଡିୟମ ଯାଇ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ
  • କଳିଙ୍ଗ ଷ୍ଟାଡିୟମକୁ ବଡ଼ ସଫଳତା କହି ବିଜେଡି କରୁଥିଲା ପ୍ରଚାର
  • ଚାଲିଥିଲା ଅଫିସର ରାଜ୍, ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲଗାଇଥିଲେ କଟକଣା

ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଦୁର୍ନୀତିରେ ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଅଭିଯୋଗର 24 ଘଣ୍ଟା ନପୁରୁଣୁ ଆକ୍ସନ ମୁଡକୁ ଆସିଛନ୍ତି ମୋହନ ସରକାର । ଆଜି ପ୍ରାତଃ ଭ୍ରମଣ ବେଳେ ସ୍ପଟ୍ ଭିଜଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ଥିଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଷ୍ଟାଡିୟମ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣରେ ଦୁର୍ନୀତି ଅଭିଯୋଗ ପାଇବା ପରେ ନିମ୍ନମାନର କାର୍ଯ୍ୟର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ସିଲିଂର ଅନେକ ଅଂଶ ଭାଙ୍ଗି ତଳେ ପଡ଼ିଛି । ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଜେଡି ସରକାର ସମୟରେ ଏହି ଦୁର୍ନୀତିରେ ସାମିଲ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ। 

ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ପ୍ରସିଦ୍ଧ ଷ୍ଟାଡିୟମ। ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରଖୁଥିବା ଏହି ଷ୍ଟାଡିୟମକୁ ନେଇ ଖୁବ୍ ପ୍ରଚାର କରୁଥିଲେ ପୂର୍ବର ବିଜେଡି ସରକାର। କ୍ରୀଡ଼ା ବିକାଶର ଡିଣ୍ଡିମ ପିଟି ବାହାବାଃ ନେଉଥିଲେ। କିନ୍ତୁ ଦିନ କେଇଟା ତଳେ ସାମ୍ନାକୁ ଆସିଲା ଏ ଚିତ୍ର । ନୂତନ ନିର୍ମିତ ସ୍ପୋର୍ଟସ ସାଇନସ ସେଣ୍ଟର ସିଲିଂ ଭାଙ୍ଗି ଖସି ପଡ଼ିଲା, ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନାଁରେ ବିଜେଡି କରିଥିବା ତମାମ୍ ମିଛ ପ୍ରଚାରର ଖୋଲିଲା ପୋଲ୍ । ଷ୍ଟାଡିୟମରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିଥିଲା । ଓଡ଼ିଶାରେ ଚାଲିଥିଲା ଅଫିସର ରାଜ୍ । ଅଣ ଓଡ଼ିଆ ସଚିବଙ୍କ ନିର୍ଦ୍ଦେଶରେ ତାମିଲ କଣ୍ଟ୍ରାକ୍ଟରମାନେ କାମ ନେଇ କୋଟି କୋଟି ଟଙ୍କା ହରିଲୁଟ କରିଥିଲେ । ପୁଣି ଷ୍ଟାଡିୟମ ଭିତରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଥିଲା କଟକଣା । 

କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ସବୁବେଳେ ତତ୍ପର ଥିବା ଡିଣ୍ଡିମ ପିଟୁଥିଲା ବିଜେଡି ସରକାର । ହେଲେ ବାସ୍ତବ ଚିତ୍ର ପୁଣି ପଦାରେ ପଡିଛି । ଆଉ ତଦନ୍ତ ପରେ ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

fraud-in-kalinga-stadium-sports-complex | Argus News