Videos
|
Odisha

Ama Bus Free Travel / ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ କ୍ରୁଟ୍‌ର ବଡ଼ ଉପହାର, 'ଆମ ବସ୍‌'ରେ ମାଗଣା ଯାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ କ୍ରୁଟ୍‌ର ବଡ଼ ଉପହାର, 'ଆମ ବସ୍‌'ରେ ମାଗଣା ଯାତ୍ରା
Ama Bus Free Travel

Key Points

ମହିଳାଙ୍କ ପାଇଁ ମାଗଣା ଆମ ବସ୍‌ ସେବା
ରାକ୍ଷୀରେ କ୍ରୁଟ୍‌ର ବଡ଼ ଘୋଷଣା
୭ ସହରରେ ମିଳିବ ସୁବିଧା
ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳା ଯାତ୍ରୀଙ୍କୁ ବଡ଼ ଉପହାର ଦେଇଛି କ୍ରୁଟ୍ (CRUT) । ମହିଳାଙ୍କ ନିରାପଦ, ସୁବିଧାଜନକ ଓ ସୁଲଭ ଯାତାୟାତକୁ ଗୁରୁତ୍ୱ ଦେଇ ୨୭ ଅଗଷ୍ଟ ୨୦୨୬ରେ ରାଜ୍ୟର ବିଭିନ୍ନ ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍‌ରେ ମହିଳାଙ୍କ ପାଇଁ ଯାତ୍ରା ସମ୍ପୂର୍ଣ୍ଣ ମାଗଣା କରାଯାଇଛି ।

ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଉପଲବ୍ଧ ହେବ। ଏହା ଫଳରେ ଦିନକରେ ଏକ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଉପକୃତ ହେବେ ବୋଲି କ୍ରୁଟ୍ ଆଶା ପ୍ରକାଶ କରିଛି ।

ମହିଳାମାନେ ଯେପରି ଆର୍ଥିକ ଚିନ୍ତା ବିନା ନିଜର ସାମାଜିକ, ପାରିବାରିକ ଓ ଆର୍ଥିକ କାର୍ଯ୍ୟରେ ସହଜରେ ଯୋଗଦେଇପାରିବେ, ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ହେଉଛି ସେହି ସୁଯୋଗ ସୃଷ୍ଟି କରିବା । ଏହା ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ ଅଭିଯାନ ସହ ସମନ୍ୱିତ ବୋଲି କୁହାଯାଇଛି ।

ଆମ ବସ୍‌ରେ GPS ଟ୍ରାକିଂ, CCTV ନିରୀକ୍ଷଣ, ପ୍ରଶିକ୍ଷିତ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ରହିଛି। ଏହି ସୁରକ୍ଷା ବ୍ୟବସ୍ଥା ମହିଳାଙ୍କୁ ଅଧିକ ଆତ୍ମବିଶ୍ୱାସର ସହ ଯାତ୍ରା କରିବାର ସୁଯୋଗ ଦେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ରୁଟ୍ ଏହି ରକ୍ଷା ବନ୍ଧନରେ ନାଗରିକମାନଙ୍କୁ ଜନପରିବହନକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରିଛି। ଆମ ବସ୍ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଭିଡ଼ ହ୍ରାସ, ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ୱଚ୍ଛ ସହରୀ ପରିବେଶ ଗଠନରେ ମଧ୍ୟ ନାଗରିକମାନେ ଅବଦାନ ରଖିପାରିବେ ।

ତେବେ ମାଗଣା ଯାତ୍ରା ସତ୍ତ୍ୱେ ପ୍ରତ୍ୟେକ ମହିଳା ଯାତ୍ରୀଙ୍କ ପାଇଁ ଜିରୋ ଟିକେଟ୍ (Zero Ticket) ନେବା ବାଧ୍ୟତାମୂଳକ ବୋଲି କ୍ରୁଟ୍ ସ୍ପଷ୍ଟ କରିଛି। ଯାତ୍ରୀମାନେ ବସ୍ କର୍ମଚାରୀଙ୍କ ସହ ସହଯୋଗ କରିବା ଓ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି ।
Free Ama Bus Travel for Women on Raksha Purnima | Argus News