Videos
|
Odisha

ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ସେବା ଆରମ୍ଭ

Arpita Mohanty
Browse all articles by Arpita Mohanty
·2 years ago·1 min read
ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ସେବା ଆରମ୍ଭ

ଅର୍ଗସ ବ୍ୟୁରୋ : ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ। ଇନଗୁଭୁ ଚେଞ୍ଜ୍ ଲିଡର ପ୍ରାଚୀ ମିଶ୍ର ଏବଂ ପ୍ରଣୟ ମଞ୍ଜରୀ ସାମଲଙ୍କ ନେତୃତ୍ବରେ ଭୁବନେଶ୍ବରରେ ଆରମ୍ଭ ହୋଇଛି “ବସ ଯାତ୍ରା" ଅଭିଯାନ। ମହିଳାଙ୍କ ପାଇଁ ମାଗଣା ବସ ଯାତ୍ରା ପ୍ରୟାସ ଦେଶର ଅନ୍ୟ ୬ ଟି ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି ।

ତେଲେଙ୍ଗାନା ହେଉଛି ସର୍ବଶେଷ ରାଜ୍ୟ ଭାବେ ଲିଙ୍ଗଗତ ଅସମାନତାକୁ ଦୂର କରିବା, ଅନ୍ତର୍ଭୁକ୍ତିକୁ ବୃଦ୍ଧି କରିବା ଏବଂ ରାଜ୍ୟରେ ମହିଳାମାନଙ୍କ ସଶକ୍ତିକରଣ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ।ତାମିଲନାଡୁରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ଓଡ଼ିଶାରେ ମଧ୍ୟ ଏହି ମାଗଣା ବସ୍ ସେବା ଅଭିଯାନ ଆରମ୍ଭ କରାଯାଉ ବୋଲି ଦାବି କରିଛନ୍ତି ମହିଳା ଓ କିନ୍ନର । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Free bus | Argus News