Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ

Smruti Parija
Browse all articles by Smruti Parija
·1 year ago·2 min read
ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ

Key Points

ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ
ଅବଢ଼ା କଣିକାଏ ନ ପାଇ ଫେରିବେନି ଭକ୍ତ
ପ୍ରତିଦିନ ଲକ୍ଷରୁ ଅଢେଇ ଲକ୍ଷ ଭକ୍ତ ନିଶୁଳ୍କରେ ପାଇବେ ମହାପ୍ରସାଦ
ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଭକ୍ତ ଓ ସେବାୟତଙ୍କ ସ୍ବାଗତ

ପୁରୀ: ଭାରତର ସବୁ ବଡ଼ ମନ୍ଦିରରେ ଦର୍ଶନ ପରେ ଭକ୍ତଙ୍କ ପାଇଁ ରହିଛି ମାଗଣା ପ୍ରସାଦର ବ୍ୟବସ୍ଥା । ଏବେ ପୁରୀ ଶ୍ରୀମନ୍ଦିରରେ ଏହା ବ୍ୟବସ୍ଥା ଲାଗୁ ହେବ । ଭକ୍ତର ଭାବାବେଗକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ନିଶୁଳ୍କ ମହାପ୍ରସାଦ ବିତରଣ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏହାକୁ କିଭଳି ଦୀର୍ଘ ସ୍ଥାୟୀ କରାଯିବ ସେନେଇ  ମଧ୍ୟ ରୂପରେଖ ପ୍ରସ୍ତୁତ କରାଯାଉଛି । ମହାପ୍ରସାଦ ଟିକିଏ ପାଇଲେ ଭକ୍ତର ମାନସିକ ଶାନ୍ତି ସହ ଆନ୍ତରିକ ଉଦବେଳନକୁ ପୂର୍ଣ୍ଣ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏହାସହିତ ଏ ବ୍ୟବସ୍ଥା ଅଧାରୁ ବନ୍ଦ ନହୋଇ ଆଗକୁ କିପରି ବଳବତ୍ତର ରହିବ ସେନେଇ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି । 

୨୦୧୭ରେ ଏହି ବ୍ୟବସ୍ଥା ଲାଗୁ କରାଯାଇଥିଲା । ଏଥିପ୍ରତି ଜନ ସମର୍ଥନ ବଢିବାରୁ ବୃହତ୍ ଆକାରରେ କରିବା ପାଇଁ ନିଷ୍ପତ୍ତି ନେଇ ଶେଷଥର ପାଇଁ ୨୦୧୮-୧୯ ରେ ଦେଢ଼ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ପ୍ରାୟ ପ୍ରତ୍ୟକ ଦିନ ଚାରି ହାଣ୍ଡି କାନିକା ନିଶୁଳ୍କ ବଣ୍ଟା ଯାଉଥିବା ବେଳେ ଅଳ୍ପ କେଇଦିନ ପରେ ଏହାକୁ ଆଗକୁ ନେଇପାରିନଥିଲେ ତତ୍କାଳୀନ ବିଜେଡି ସରକାର ।  ପୁଣିଥରେ ଏଇ ବ୍ୟବସ୍ଥା ପ୍ରଚଳନ ହେଲେ ସମସ୍ତେ ଉପକୃତ ହେବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । 

ଏହି ଯୋଜନାକୁ ଲାଗୁ କରିବାକୁ ହେଲେ ଦୀର୍ଘ କାଳୀନ ବ୍ୟବସ୍ଥା ସହ ମହାପ୍ରସାଦ ବଣ୍ଟନ ସ୍ଥାନରେ ଭକ୍ତଙ୍କ ଭିଡ଼ର ଶୃଙ୍ଖଳା ଏବଂ ଅନ୍ୟାନ୍ୟ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
Free Mahaprasad to be distribute-in-puri-temple | Argus News