ଆଉ ୫ ବର୍ଷ ମାଗଣା ରାସନ - ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ମିଳିତ ଅଧିବେଶନକୁ ନୂଆ ସଂସଦ ଭବନରେ ପ୍ରଥମ ଥର ଲାଗି ସମ୍ବୋଧିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ବ୍ୟାକିଂ ସୁବିଧାକୁ ନେଇ ରାଷ୍ଟ୍ରପତି କହିଛନ୍ତି ଯେ, ଆର୍ଥିକ ବ୍ୟବସ୍ଥାର ସୁଧାର ଆଣିବାରେ ଆମେ ସାକ୍ଷୀ ହୋଇଛନ୍ତି । ଆମ ଦେଶର ବ୍ୟାଙ୍କିଂ ସିଷ୍ଟମ ବିଶ୍ବର ଏକ ନମ୍ବର । MAKE IN INDIA, ଆତ୍ମନିର୍ଭର ଭାରତ ଆମର ଶକ୍ତି ସାଜିଛି ।
INS ବିକ୍ରାନ୍ତ, ତେଜସ ବାୟୁସେନାର ଶକ୍ତି ସାଜିଛି । MSME ସେକ୍ଟରରେ ଆମକୁ ଲାଭ ମିଳୁଛି । ଗାଁରେ ବି ଡିଜିଟାଲ ମାଧ୍ୟମରେ କିଣାବିକା ଚାଲିଛି । UPIରେ ଏକ ହଜାର ୨ ଶହ କୋଟିର ଟ୍ରାଞ୍ଜାକ୍ସନ ହେଉଛି । ଡିଜିଟାଲ ଇଣ୍ଡିଆ ଦ୍ବାରା ବ୍ୟାଙ୍କିଂ ସୁବିଧା ହୋଇଛି ।
ଦେଶରେ ଏୟାର ପୋର୍ଟ ସଂଖ୍ୟା ୧୪୯ରେ ପହଞ୍ଚିଛି । ବନ୍ଦର ସଂଖ୍ୟା ବି ବୃଦ୍ଧି ପାଇଛି । ବିକଶିତ ଭାରତରେ ୪ଟି ସ୍ତମ୍ଭ ରହିଛି । ଯୁବା, ନାରୀ, ଚାଷୀ ଓ ଗରିବ । ଏଥର ସାଧାରଣତନ୍ତ୍ର ଦିବସ ନାରୀଶକ୍ତିକୁ ସମର୍ପିତ ହୋଇଥିଲା । ସବୁକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢିଛି । ଜଳ, ସ୍ଥଳ, ଆକାଶ, ସ୍ପେସ୍ରେ ନାରୀଶକ୍ତିର ଭାଗିଦାରୀ ବଢିଛି । ସେହିପରି ଆଉ ୫ ବର୍ଷ ପାଇଁ ମାଗଣା ରାସନ ମିଳିବ ବୋଲି କହିଛନ୍ତି ରାଷ୍ଟ୍ରପତି ।