Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦୪ବର୍ଷ ବୟସରେ ଆଖି ବୁଜିଲେ ମହାନ ବିପ୍ଲବୀ ହଟ୍ଟନାଥ ମଙ୍ଗରାଜ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୧୦୪ବର୍ଷ ବୟସରେ ଆଖି ବୁଜିଲେ ମହାନ ବିପ୍ଲବୀ ହଟ୍ଟନାଥ ମଙ୍ଗରାଜ

ଅର୍ଗସ ବ୍ୟୁରୋ: ଝୁରୁଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ସିକୋ ଗାଁ। ଝୁରୁଛନ୍ତି ଅବାଳ ବୃଦ୍ଧ ବନୀତା। ଏହି ମାଟିର ମହାନ ବିପ୍ଳବୀ ହଟ୍ଟନାଥ ମଙ୍ଗରାଜ ଆଉ ନାହାନ୍ତି। 104 ବର୍ଷ ବୟସରେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କର ପରଲୋକ ହୋଇଛି। ସେ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ। ଭୟଙ୍କର ଆର୍ଥିକ ସଙ୍କଟରେ ଥିବା ସତ୍ତ୍ୱେ ହଟ୍ଟନାଥ ସରକାରଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ନେବାକୁ ପ୍ରତ୍ୟାଖାନ କରିଥିଲେ। ତାଙ୍କ ପରିବାର ଭାରତୀୟ ମୁକ୍ତି ସଂଗ୍ରାମ ପାଇଁ ସମର୍ପିତ ଥିଲା। ବିଶିଷ୍ଟ ବିପ୍ଳବୀ ଦାମ ସୁବୁଦ୍ଧି ମଙ୍ଗରାଜଙ୍କର ଦାୟଦ ଥିଲେ ହଟ୍ଟନାଥ। 1817ର ପାଇକ ବିପ୍ଲବକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବି ଅଭିଯାନର ସେଥିଲେ ଅନ୍ୟତମ ଉଦ୍ୟୋକ୍ତା। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଭବନରେ ହଟ୍ଟନାଥ ମଙ୍ଗରାଜଙ୍କୁ ସମ୍ମାନିତ କରିଥିଲେ। ସେ ମଧ୍ୟ ଥିଲେ କଳିଙ୍ଗ ପାଇକ ସଂଘର ପ୍ରତିଷ୍ଠାତା ସଭାପତି ଏଥିସହ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିର ସେଥିଲେ ମହାନ୍ ପୂଜାରୀ।

ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ହଟ୍ଟନାଥଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକ୍ସରେ ଧର୍ମେନ୍ଦ୍ର ଲେଖିଛନ୍ତି ଭାଷା ଆନ୍ଦୋଳନ ଦିଗରେ ହଟ୍ଟନାଥଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଛନ୍ତି କେନ୍ଦ୍ରମନ୍ତ୍ରୀ। ଜନ୍ମମାଟି ସିକୋ ଶ୍ମଶାନରେ ହଟ୍ଟନାଥଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ମହାନ ବିପ୍ଳବୀଙ୍କୁ ଅର୍ଗସ ନ୍ୟୁଜର ଗଭୀର ଶ୍ରଦ୍ଧାଞ୍ଜଳି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
freedom fighter Harinath mangaraj passed away | Argus News