Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିକିତ୍ସା ନିମନ୍ତେ ଏସସିବିର ପ୍ରଫେସରଙ୍କୁ ନେଇ ଚାରିଜଣିଆ କମିଟି ଗଠନ

Jitendra Dash
Browse all articles by Jitendra Dash
·2 years ago·1 min read
ଚିକିତ୍ସା ନିମନ୍ତେ ଏସସିବିର ପ୍ରଫେସରଙ୍କୁ ନେଇ ଚାରିଜଣିଆ କମିଟି ଗଠନ

ଅର୍ଗସ ବ୍ୟୁରୋ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ । କଟକ ବଡ ମେଡିକାଲରେ ଭର୍ତ୍ତି । ଏସସିବିର ମେଡିସନ ବିଭାଗର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି । ଚିକିତ୍ସା ନିମନ୍ତେ ଏସସିବିର ପ୍ରଫେସରଙ୍କୁ ନେଇ ଚାରିଜଣିଆ କମିଟି ଗଠନ କରାଗଲା । ଏହି ଚାରିଜଣିଆ କମିଟି ରହିଛନ୍ତି, ମେଡ଼ିସିନ ବିଭାଗର ପ୍ରଫେସର ସରୋଜ କୁମାର ତ୍ରିପାଠୀ, ନିରୋସର୍ଜନର ବିଭାଗର ପ୍ରଫେସର ସଞ୍ଜିବ କୁମାର ମିଶ୍ର, ନିରୋଲୋଜି ପ୍ରଫେସର କାଳି ପ୍ରସନ ସ୍ବାଇଁ ଓ କାର୍ଡିଓଲୋଜି  ପ୍ରଫେସର ଦୀପକ ରଞ୍ଜନ ଦାସ ରହିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ସମୟରେ ମୁଣ୍ଡରେ ଆଘାତ କାରଣରୁ ତାଙ୍କୁ ପ୍ରଥମେ ଯାଜପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ଯାଜପୁରରୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି  ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ । 

ଅଧିକ ପଢନ୍ତୁ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅସୁସ୍ଥ, SCB ରେ ଭର୍ତ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କର ସିଟି ସ୍କାନ କରାଯାଇଥିଲା । ଉଚ୍ଚ ରକ୍ତ ଚାପ ଚିହ୍ନଟ ହେବା ପରେ ତାଙ୍କୁ ମେଡିସନ ଆଇସିୟୁରେ ଭର୍ତ୍ତି କକରାଯାଇଛି । ସେ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଅଛନ୍ତି । ତାଙ୍କ ବୟସ ୧୦୧ ବର୍ଷ । ୪ ଥର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ସେ । ତେବେ ସମସ୍ତ ପ୍ରକାର ଚିକିତ୍ସା ସେବା ଯୋଗାଇ ଦିଆଯିବାକୁ  ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଏସସିବି କୂଳ ସଚିବ ।

Sponsored
Freedom Fighter Nilamani Samal Hospitalised | Argus News