Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲିଗୁଡ଼ାରୁ ଅଯୋଧ୍ୟା ପର୍ଯ୍ୟନ୍ତ ସବୁଠି ପ୍ରଭୁ ଶ୍ରୀରାମଙ୍କ ଜୟ ଜୟ କାର

Arpita Mohanty
Browse all articles by Arpita Mohanty
·2 years ago·1 min read
ବାଲିଗୁଡ଼ାରୁ ଅଯୋଧ୍ୟା ପର୍ଯ୍ୟନ୍ତ ସବୁଠି ପ୍ରଭୁ ଶ୍ରୀରାମଙ୍କ ଜୟ ଜୟ କାର

ଅର୍ଗସ ବ୍ୟୁରୋ : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ଦୀର୍ଘ 500 ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଆନନ୍ଦ ଉଲ୍ଲାସରେ ଭରି ରହିଛି ପୁରାଦେଶ। ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଉଠୁଛି ଗଗନ,ପବନ । ବାଲିଗୁଡ଼ା ଠାରୁ ଆରମ୍ଭ କରି ଅଯୋଧ୍ୟା ନଗରୀ ପର୍ଯ୍ୟନ୍ତ ସବୁଠି ପ୍ରଭୁ ଶ୍ରୀରାମଙ୍କ ଜୟ ଜୟ କାର। ରାମମୟ ହୋଇଛି ପୁରା ଭାରତ ବର୍ଷ। ଏଥିରୁ କେମିତି ବାଦ୍ ପଡିଥାନ୍ତା ବାଲିଗୁଡ଼ା ସହର। ସକାଳୁ ହନୁମାନ ମନ୍ଦିରରେ ହୋମ ଯଜ୍ଞ ଓ ହନୁମାନ ଚାଳିଶା ପାଠ କରାଯାଇଥିଲା। ତାପରେ ଏକ କଳସ ଯାତ୍ରା, ନାମ ସଙ୍କୀର୍ତ୍ତନ ସହ ବିରାଟ ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ରାମ ଭକ୍ତ ମାନେ ରାମ ଲାଲାଙ୍କ ପାଇଁ ବାଲିଗୁଡ଼ା ନଗର ପରିକ୍ରମା କରିଛନ୍ତି। 

ପ୍ରତ୍ୟେକ ନଗରବାସୀ ଖୁବ ଆନନ୍ଦ ଉତ୍ସାହର ସହିତ ଏଥିରେ ଅନ୍ତର୍ଭୂକ୍ତ ହୋଇଛନ୍ତି। ହୃଦୟରେ ପ୍ରଭୁ ରାମଲାଲା ବିରାଜମାନ କରିଛନ୍ତି। ବାଲିଗୁଡ଼ା ସଭା ଗୃହ ନିକଟରେ ଏକ ଜାଗା ଚିହ୍ନଟ କରି ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଏକ ଭୂମି ପୂଜନ କରାଯାଇଛି। ତେବେ ଅଯୋଧ୍ୟାରେ ପହଞ୍ଚି ନ ପାରିଲେ କଣ ହେଲା ନିଜ ନିଜ ସ୍ଥାନରେ ଲୋକମାନେ ଏହିଭଳିଭାବେ ପ୍ରଭୁ ରାମଙ୍କ ଦିନକୁ ପାଳନ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayodhya | Argus News