Videos
|
Odisha

ସାଧାରଣ ମହିଳାଙ୍କଠୁ ନେଇ ଅଙ୍ଗନବାଡ଼ି ଓ ଆଶା କର୍ମୀ, ସମସ୍ତେ କରିପାରିବେ ଆବେଦନ

Manini Pattanayak
Browse all articles by Manini Pattanayak
·2 years ago·1 min read
ସାଧାରଣ ମହିଳାଙ୍କଠୁ ନେଇ ଅଙ୍ଗନବାଡ଼ି ଓ ଆଶା କର୍ମୀ, ସମସ୍ତେ କରିପାରିବେ ଆବେଦନ

ଭୁବନେଶ୍ୱର:  କେବେଳ ଘରର ସାଧାରଣ ମହିଳା ନୁହନ୍ତି ଅଙ୍ଗନବାଡ଼ି ଓ ଆଶା କର୍ମୀ ବି ସୁଭଦ୍ରା ଯୋଜନା ପାଇଁ କରିପାରିବେ ଆବେଦନ । CRP, MBK- (ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍) ବି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ । ଏହାସହ  ଆଉଟସୋର୍ସିଂ ସଂସ୍ଥାର କର୍ମଚାରୀ ବି ହୋଇପାରିବେ ସୁଭଦ୍ରା ହିତାଧିକାରୀ। ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତେ ।   ସୁଭଦ୍ରା ଯୋଜନା ଆବେଦନ ପ୍ରକ୍ରିୟା ନିମନ୍ତେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସିଡିପିଓଙ୍କ ଅଫିସ, କୋରାପୁଟ କୋଟପାଡ଼ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଛି ବୈଠକ। ସୁଭଦ୍ରା ଫର୍ମ ଆଣିବା ପାଇଁ କଟକ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ।

ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳିବ ସୁଭଦ୍ରା ଫର୍ମ । ଫର୍ମ ନେବା ସମୟରେ ଅରିଜିନାଲ ଆଧାର କାର୍ଡ ସାଙ୍ଗରେ ନେବାକୁ ପଡ଼ିବ । ଆସନ୍ତା ୨ ତାରିଖରୁ ବିଭିନ୍ନ ସ୍ଥାନରେ ନିର୍ଦ୍ଧାରିତ କ୍ୟାମ୍ପରେ ଫର୍ମ ପୂରଣ କରି ଦାଖଲ କରିବା ପାଇଁ ବ୍ୟବସ୍ଥା କରାଯିବ । କେବଳ ୩୧ ଅଗଷ୍ଟ ଓ ୧ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରରୁ ଫର୍ମ ନେଇ ପାରିବେ ଆବେଦନକାରୀ ।   କଟକ ମେରିଆ ବଜାରରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାଡ଼ିରେ ସୁଭଦ୍ରା ଯୋଜନା ଫର୍ମ ଭରୁଥିବା ମହିଳାଙ୍କ ସହ କଥା ହୋଇ ଯୋଜନାର ଲାଭ ସମ୍ପର୍କରେ ବୁଝାଇଥିଲେ କେନ୍ଦ୍ରମନ୍ତ୍ରୀ ।  ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ  ଟୋଲ୍ ଫ୍ରି ନମ୍ବର ଜାରି ହୋଇଛି । 14678 । 
 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: