Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୁଲାଇ ୮ରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମ

Odisha

ଜୁଲାଇ ୮ରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମ

Banajyotshna Ray
Browse all articles by Banajyotshna Ray
·1 year ago
ଜୁଲାଇ ୮ରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମ

ଅର୍ଗସ ବ୍ୟୁରୋ: ଜୁଲାଇ 8ରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାମ।  ଜୁଲାଇ 8ରୁ 27 ତାରିଖ ଯାଏ ରତ୍ନ ଭଣ୍ଡାର ଗଣତି କାମ ହେବା ସମ୍ଭାବନା ରହିଛି। ଏହା ପୂର୍ବରୁ 5 ତାରିଖରେ ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ତଦାରଖ କମିଟି ବୈଠକ । ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ରତ୍ନଭଣ୍ଡାର ଯାଞ୍ଚ୍ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ୍ ପଶାୟତ ଆସନ୍ତା ୪ତାରିଖରେ ଓଡ଼ିଶା ଆସୁଛନ୍ତି। ୫ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ବସିବ। ଯଦି କମିଟିର ସହମତି ହୁଏ ତା’ହେଲେ ୮ତାରିଖରୁ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୮ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୯ଦିନ ଧରି ରତ୍ନଭଣ୍ଡାର ଯାଞ୍ଚ, ମରାମତି ଓ ଅଳଙ୍କାର ଗଣନା କରାଯାଇପାରେ। ଯାହାର ଅପେକ୍ଷା ଥିଲା ଶେଷରେ ତାହା ପୂରଣ ହେବାକୁ ଯାଉଛି। ଶ୍ରଦ୍ଧାଳୁ ମଧ୍ୟ ଅପେକ୍ଷାର ସହ ଅନାଇବସିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From July 8, the counting of ratna bhandar of Srimandir can be done | Argus News