Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶ୍ବ ନିଅନ୍ତାଙ୍କ ବଡ଼ ପର୍ବରେ ସାମିଲ ହେବାକୁ ପହଞ୍ଚିଲେ ରାଷ୍ଟ୍ରମୁଖ୍ୟରୁ ନେଇ ରାଜ୍ୟ ମୁଖ୍ୟ

Odisha

ବିଶ୍ବ ନିଅନ୍ତାଙ୍କ ବଡ଼ ପର୍ବରେ ସାମିଲ ହେବାକୁ ପହଞ୍ଚିଲେ ରାଷ୍ଟ୍ରମୁଖ୍ୟରୁ ନେଇ ରାଜ୍ୟ ମୁଖ୍ୟ

Ritu Das
Browse all articles by Ritu Das
·1 year ago·2 min read
ବିଶ୍ବ ନିଅନ୍ତାଙ୍କ ବଡ଼ ପର୍ବରେ ସାମିଲ ହେବାକୁ ପହଞ୍ଚିଲେ ରାଷ୍ଟ୍ରମୁଖ୍ୟରୁ ନେଇ ରାଜ୍ୟ ମୁଖ୍ୟ

ଅର୍ଗସ ବ୍ୟୁରୋ: ବଡ଼ ଦେଉଳ, ବଡ଼ ଠାକୁର, ବଡ଼ ଦାଣ୍ଡରେ ବଡ଼ ଯାତ୍ରା। ଜାତି, ଧର୍ମ, ବର୍ଣ୍ଣ, ଦେଶ ନିର୍ବିଶେଷରେ ସାରା ଜଗତର ନାଥ। ଜଗତବାସୀଙ୍କ ପାଇଁ ବରଷକେ ଥରେ ଭାଇ ଭଉଣୀଙ୍କୁ ନେଇ ସାଙ୍ଗରେ ବାହାରିଛନ୍ତି ଜଗନ୍ନାଥ। ଆଉ ମନୁଆ ଠାକୁରକୁ ପାଖରେ ପାଇ ଏକାକାର ରାଜା ଓ ପରଜା।

ବିଶ୍ବ ନିଅନ୍ତାଙ୍କ ବଡ଼ ପର୍ବରେ ସାମିଲ ହେବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ରାଷ୍ଟ୍ରମୁଖ୍ୟରୁ ନେଇ ରାଜ୍ୟ ମୁଖ୍ୟ। ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ। ବଡ଼ଦାଣ୍ଡରେ ପ୍ରସ୍ତୁତ ହୋଇଥିଲା ସ୍ବତନ୍ତ୍ର ମଞ୍ଚ। ଅପରାହ୍ନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯେଉଁ ଜଗନ୍ନାଥଙ୍କ ଆଶିଷରୁ ତାଙ୍କରି ରାଜ୍ୟର ଶାସନ ଦାୟିତ୍ବ ତୁଲାଇବାର ସୌଭାଗ୍ୟ ମିଳିଛି ସେହି ମହାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣିପାତ କଲେ । ବେନି ହସ୍ତ ଟେକି ସମର୍ପଣ କଲେ। 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଜଗନ୍ନାଥଙ୍କ ଆଶିଷ ଲାଭ କରିବାକୁ ବଡ଼ ଦାଣ୍ଡରେ ପହଞ୍ଚିଲେ ଜଣେ ପରେ ଅତିଥି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିବା ପରେ ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଲେ କେନ୍ଦ୍ରମନ୍ତ୍ରୀ। ସବୁ ଅତିଥିଙ୍କ ଉପସ୍ଥିତିରେ ଉନ୍ମୋଚିତ ହେଲା ଏଥରର ଉତ୍କଳ ପ୍ରସଙ୍ଗ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଡ଼ଦାଣ୍ଡକୁ ଆସି ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ଗୋଟିଏ ପଟେ ଚାଲିଥିଲା ଠାକୁରଙ୍କ ଦିବ୍ୟ ପହଣ୍ଡିବିଜେ । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଦିବ୍ୟ ଲୀଳା ଦର୍ଶନ କରି କୃତାର୍ଥ ହେଉଥିଲେ ସମସ୍ତେ । ପହଣ୍ଡି ପରେ ଛେରା ପହଁରା ବିଧି। ତା ପରେ ରଥ ନିକଟକୁ ଯାଇ ରଥାରୁଢ଼ ଦିଅଁଙ୍କୁ ଦର୍ଶନ କରି ଆଶିଷ ଲାଭ କଲେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ। ଏଥର ଗୋଟିଏ ଦିନରେ ନବ ଯୌବନ ଦର୍ଶନ ଓ ରଥଯାତ୍ରା। ଏଣୁ ଦୁଇ ଦିନ ଧରି ରଥଟଣା। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରେ ଗୁଣ୍ଡିଚାବାଡ଼ି ମୁହାଁ ହୋଇଛନ୍ତି ମହାପ୍ରଭୁ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
From the head | Argus News