ଉଚ୍ଚମାଧ୍ୟମିକ ଶ୍ରେଣୀରେ ଲାଗୁହେବ ଦୈତ ପରୀକ୍ଷା ବ୍ୟବସ୍ଥା-ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ଆସନ୍ତା ଶିକ୍ଷା ବର୍ଷ ଠାରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବି ଦେବାକୁ ପଡ଼ିବ ବୋର୍ଡ ପରୀକ୍ଷା । ଛାତ୍ରଛ୍ରାତ୍ରୀ ନିଜ ଚୟସ ଅସୁସାରେ ଯେ କୌଣସି ବର୍ଷର ମାର୍କକୁ ଚୂଡାନ୍ତ ମାର୍କ ଭାବେ ରଖିପାରିବେ ଛାତ୍ରଛ୍ରାତ୍ରୀ । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ଉଚ୍ଚମାଧମିକ ଶ୍ରେଣୀରେ ଲାଗୁହେବ ଏହି ଦୈତ ପରୀକ୍ଷା ବ୍ୟବସ୍ଥା । ସମ୍ବଲପୁରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନ । ସମଲେଶ୍ବରୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ମନ୍ଦିରରେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ କ୍ଷେତ୍ରରାଜପୁରରେ ନୂଆ ବନାହେଇଥିବାର୍ ଶ୍ରୀରାଧାବଲ୍ଲଭ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା ଓ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଧନକଉଡ଼ା ପଡ଼ିଆରେ ସମ୍ବଲପୁର କୌଶଳ ମହୋତ୍ସବରେ ଯୋଗ ଦେଇଛନ୍ତି । ସନ୍ଧ୍ୟାରେ ଅଇଠାଁପାଲି ସ୍ଥିତ ପିଏଚଡି ପଡିଆରେ ପୁସ୍ତକ ମେଳାର ଉଦଘାଟନୀ ଉତ୍ସବରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆହୁରି ପଢନ୍ତୁ ଓଡିଶା ଖବର...
